ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନକୁ ଆଉ ମାତ୍ର ୪ ଦିନ ରହିଥିଲା ବେଳେ ଏବେ ନେତାଙ୍କର ଦଳ ଛଡ଼ା ପ୍ରକ୍ରିୟା ଜାରି ରହିଛି। ଏହି ମଧ୍ୟରେ ଆଜି ବିଜେଡିରୁ ଆଉ ଜଣେ ନେତା ଇସ୍ତଫା ଦେଇଛନ୍ତି। ସେ ହେଲେ ପୂର୍ବତନ ସାଂସଦ ତଥା ପାଲଲହଡ଼ା ପୂର୍ବତନ ବିଧାୟକ ରବି ନାରାୟଣ ପାଣି।

ସେ ତାଙ୍କ ଇସ୍ତଫା ପତ୍ର ଦଳର ସୁପ୍ରମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି।  ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିବା କହିଛନ୍ତି।

୨୦୦୯ ଓ ୨୦୧୪ ନିର୍ବାଚନରେ ରବି ପାଣି ପାଲଲହଡ଼ା ଆସନରୁ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ

Comment