ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ଆଜି ଆସୁଛନ୍ତି ଅମିତ ଶାହ, ପୁରୀରେ କରିବେ ରୋଡ ସୋ’

ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋରସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଅପରାହ୍‌ଣ ୫ଟାରେ ଅମିତ ଶାହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସିଧାସଳଖ ପୁରୀ ଗସ୍ତ କରିବେ। ସଂଧ୍ୟା ୬ଟାରେ ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ପୁରୀ ବଡ଼ଦାଣ୍ଡରୁ ରୋଡ୍‌ ସୋ’ ଆରମ୍ଭ କରିବେ। ରୋଡ୍‌ ସୋ’ ବଡ଼ଦାଣ୍ଡରୁ ଆରମ୍ଭ ହୋଇ ମାଉସୀ ମା’ ମନ୍ଦିର ଯାଏଁ ହେବ। ଏହାପରେ ଶରଧାବାଲିରେ ଏକ ସଭାରେ ଉଦ୍‌ବୋଧନ ଦେବେ ଶାହ।

ମାଣିକେଶ୍ୱରୀଙ୍କୁ ଦର୍ଶନ କରି ଲାଞ୍ଜିଗଡ଼, ନର୍ଲାରେ ପ୍ରଚାର କରିବେ ନବୀନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ଗୋଟେ ଦିନ ରହିଲା। ଏହି କ୍ରମରେ ସବୁ ରାଜନୈତିକ ଦଳମାନେ ପ୍ରଚାର ଜୋରସୋରରେ ଚଳାଇଛନ୍ତି। ଆଜି ଲାଞ୍ଜିଗଡ଼ ଓ ନର୍ଲାରେ ପ୍ରଚାର କରିବେ ନବୀନ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ପ୍ରଚାର ପୂର୍ବରୁ ମା ମାଣିକେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି ନବୀନ। ଏହା ପରେ ହେଲିକପ୍ଟର ଯୋଗେ ନର୍ଲାରେ ପହଞ୍ଚିବେ। ସେଠାରେ ହାଇଟେକ ବସ୍‌ରେ ରୋଡ ସୋ’ ଓ ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ବୈଜୟନ୍ତଙ୍କୁ ନେଇ ଭର୍ତ୍ତୃହରି ବଖାଣିଲେ ହାଇଜମ୍ପ୍ ଓ ଲଙ୍ଗଜମ୍ପ୍ ଥିଓରି

“ପିଲାଦିନେ ସ୍କୁଲରେ ପଢ଼ିଲା ବେଳେ ମୁଁ ଦେଖିଛି ହାଇଜମ୍ପ୍‌ ଓ ଲଙ୍ଗଜମ୍ପ୍‌। ମୁଁ କେବେ ସେଥିରେ ଭାଗ ନେଇନି। ଯେଉଁମାନେ ସେତେବେଳେ ଏଥିରେ ଭାଗ ନେଇଥିଲେ ବୋଧହୁଏ ବତ୍ତର୍ମାନ ରାଜନୀତିରେ ହାଇଜମ୍ପ୍‌ ଓ ଲଙ୍ଗଜମ୍ପ୍‌ କରୁଛନ୍ତି’’, ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଭର୍ତ୍ତୃହରି ମହତାବ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଖୋଲିଲା ନବୀନଙ୍କ ଫିଟନେସ୍ ଭିଡିଓର ରହସ୍ୟ!

ହଟ୍ ସିଟ୍ ପାରଳାଖେମୁଣ୍ଡି – କାହାକୁ କଲ୍ୟାଣ କରିବେ ଭୋଟର?

Comment