ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବରଙ୍ଗପୁର ଲୋକସଭା ଆସନରେ ଆସନ୍ତା କାଲି ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନବରଙ୍ଗପୁରରେ ଥିବା ମୋଟ ୯୮୩ଟି ବୁଥରୁ ୧୭୧ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୭୬ଟି ରହିଛି ଅତି ସମ୍ବେଦନଶୀଳ ବୁଥ।

ନବରଙ୍ଗପୁର ଜିଲ୍ଲାରେ ଝରିଗାଁ, ଉମରକୋଟ, ଡାବୁଗାଁ, ନବରଙ୍ଗପୁର ମିଶି ମୋଟ ୪ ଗୋଟି ନିର୍ବାଚନ ମଣ୍ଡଳୀ ରହିଛି। ଏହି ଚାରିଟି ନିର୍ବାଚନମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୮ଲକ୍ଷ ୧୬ ହଜାର ୫୮୪। ପୁରୁଷ ଭୋଟରଙ୍କ ସଂଖ୍ୟା ୪,୦୩, ୪୪୪ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪,୧୩,୦୭୦ ଏବଂ ତୃତୀୟ ଲିଙ୍ଗି ଭୋଟର ୭୦ ଜଣ ରହିଛନ୍ତି।

ସେହିପରି ଲୋକସଭା ଆସନରେ ମୋଟ ଭୋଟର ସଂଖ୍ୟା ହେଲେ ୧୪ ଲକ୍ଷ ୨୫ ହଜାର ୫୬୧। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ତେନ୍ତୁଳିଖୁଣ୍ଟି ବ୍ଲକରେ ୭୯ଟି ବୁଥ ରହିଥିବା ବେଳେ ୧୯ଟି ବୁଥ ରହିଛି ସମ୍ବେଦନଶୀଳ।

ସେହିପରି ଝରିଗାଁ ନିର୍ବାଚନ ମଣ୍ଡଳୀର ଝରିଗାଁ, ଚାନ୍ଦାହାଣ୍ଡି ବ୍ଲକର କିଛି ବୁଥ ସମ୍ବେଦନଶୀଳ ବୋଲି ଜଣାପଡ଼ିଛି। ଉମରକୋଟ ନିର୍ବାଚନ ମଣ୍ଡଳୀର ଉମରକୋଟ,  ରାଇଘର, କୁନ୍ଦେଇରେ ମଧ୍ୟ କେତେକ ସମ୍ବେଦନଶୀଳ ବୁଥ ରହିଛି।

ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ୯୮ଟି ବୁଥରେ ସିସିଟିଭି, ୩୦ଟି ବୁଥରେ ଭିଡିଓଗ୍ରାଫି, ୩୯ଟି ବୁଥରେ ମଇକ୍ରୋ ଅବଜର୍ଭର ବ୍ୟବସ୍ଥା କରାଯାଇଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥଗୁଡ଼ିକରେ ସିକ୍ୟୁରିଟି ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେଣ୍ଟ୍ରାଲ ଫୋର୍ସ, ଷ୍ଟେଟ ଆର୍ମପୋଲିସ, ବିଏସଫ, ସିଆରପିଏଫ ଏବଂ ସିଆଇଏସଫ ଯବାନମାନଙ୍କୁ ନିୟୋଜିତ କରାଯାଇଛି।

Comment