ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ହାତ ଛାଡ଼ି ଶଙ୍ଖ ଧରିଲେ ପ୍ରମୋଦ ଜେନା

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରମୋଦ ଜେନା। ପ୍ରମୋଦ ପାରାଦୀପରେ କଂଗ୍ରେସର ଟାଣୁଆ ନେତା ଥିଲେ। ତାଙ୍କୁ ଏଥର କଂଗ୍ରେସ ଟିକେଟ ନମିଳିବାରୁ ସେ ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ବିଜେଡି କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରମୋଦ ବିଜେଡିରେ ଯୋଗ ଦେଇଛନ୍ତି। ପାରଦୀପର ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲାରେ ୧୩ ପିଙ୍କ ବୁଥ୍, ଭୋଟ ଦେବେ ମହିଳା ଭୋଟର

ଅଧିକରୁ ଅଧିକ ମହିଳା ଭୋଟର ଯେଭଳି ଭୋଟ ଦେବା ପାଇଁ ଆଗେଇ ଆସିବେ ସେଥିପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଲାଗି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି। ଚଳିତ ଥର ୧୩ଟି ପିଙ୍କ ବୁଥ୍ ଖୋଲା ଯାଇଛି। ଏହି ବୁଥ୍ ସମ୍ପୂର୍ଣ୍ଣ ମହିଳାମାନଙ୍କ ଦ୍ୱାରା ପରିଚାଳନା କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ପିଙ୍କ ବୁଥ୍ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୫ଟି ପିଙ୍କ ବୁଥରେ ଭୋଟିଂ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ୮ଟି ପିଙ୍କ୍ ବୁଥରେ ଭୋଟ ଗ୍ରହଣ କରାଯିବ।

ଆସନ୍ତାକାଲି ଚାରି ଲୋକସଭା ଆସନରେ ଭୋଟ – ଜାଣନ୍ତୁ କେଉଁ ପ୍ରାର୍ଥୀଙ୍କ ଭାଗ୍ୟ ହେବ ଇଭିଏମରେ ସିଲ?

ଓଡ଼ିଶାର ଚାରି ଲୋକସଭା ଆସନ ସମେତ ୨୮ ବିଧାନସଭା ଆସନରେ ଗୁରୁବାର ହେବ ଭୋଟ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନରେ ମତଦାନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଜାଣନ୍ତୁ ଆସନ୍ତକାଲି କେଉଁ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମରେ ସିଲ୍ ହେବ?

ରଘୁନାଥପାଲ୍ଲିରେ ରୋଡ ସୋ’ କଲେ ନବୀନ

ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହାଇଟେକରେ ବସରେ ବସି ନବୀନ ନିର୍ବାଚନୀ ପ୍ରଚାର କରିଛନ୍ତି ନବୀନ ଚଳିତ ନିର୍ବାଚନରେ ୧୫୦ ଜନସଭା ଓ ହଜାରେ କିଲୋମିଟରର ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାବାସୀ ହେଉଛନ୍ତି ଆମର ହାଇକମାଣ୍ଡ – ନବୀନ

ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହେମଗିରିରେ ଆୟୋଜିତ ବିଶାଳ ସମାବେଶରେ ଉଦବୋଧନ ଦେଇ ନବୀନ ବିଜେପି ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଟାର୍ଗେଟ କରିଛନ୍ତି।

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ, ପୋଲିସର ଫୋକସରେ ସମ୍ବେଦନଶୀଳ ବୁଥ

ଆସନ୍ତାକାଲି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୪ ଲୋକସଭା ସହ ୨୮ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ପୋଲିସର ଫୋକସରେ ରହିଛି ମାଓ ଅଧ୍ୟୁଷିତ ଜିଲ୍ଲା ଓ ସମ୍ବେଦନଶୀଳ ବୁଥ। ସମ୍ବେଦନଶୀଳ ବୁଥରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ। ଏହାସହିତ ଏହିସବୁ ବୁଥ ମାନଙ୍କର ମତଦାନ ଚାଲୁଥିବା ସମୟରେ ସ୍ଥିତିର ସମୀକ୍ଷା କରିବେ ବରିଷ୍ଠ ପୋଲିସ ଅଧିକାରୀ।

ଆସନ୍ତାକାଲି ନବରଙ୍ଗପୁରରେ ଭୋଟ – ୧୭୧ ସମ୍ବେଦନଶୀଳ ବୁଥରେ ସୁରକ୍ଷା କଡ଼ାକଡ଼ି

ନବରଙ୍ଗପୁର ଲୋକସଭା ଆସନରେ ଆସନ୍ତା କାଲି ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନବରଙ୍ଗପୁରରେ ଥିବା ମୋଟ ୯୮୩ଟି ବୁଥରୁ ୧୭୧ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୭୬ଟି ରହିଛି ଅତି ସମ୍ବେଦନଶୀଳ ବୁଥ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ, ମତଦାନ ପୂର୍ବରୁ ହେବ ‘ମକ୍‌ ପୋଲ୍‌’

ସାଧାରଣ ନିର୍ବାଚନ ପୂର୍ବରୁ ହେବ ମକ୍‌ ପୋଲ। ମତଦାନ ପୂର୍ବରୁ ମତଦାନ କେନ୍ଦ୍ରଗୁଡ଼ିକରେ ‘ମକ୍‌ ପୋଲ’ ଆୟୋଜିତ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମତଦାନର ଦେଢ଼ ଘଣ୍ଟା ଅର୍ଥାତ୍‌ ୯୦ ମିନିଟ୍‌ ପୂର୍ବରୁ ମତଦାନ କେନ୍ଦ୍ରଗୁଡ଼ିକରେ ମକ୍‌ ପୋଲ ଆୟୋଜିତ କରାଯିବ। ମକ୍‌ ପୋଲ ଜରିଆରେ ଇଭିମ୍‌ ମେସିନ୍‌ କିପରି ଭାବେ କାମ କରୁଛି ଏବଂ ଏହା ସଠିକ ଭାବେ କାମ କରୁଛି ନାଁ ନାଇଁ ସେ ନେଇ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥାଏ।

ପ୍ରଥମ ଚାରି ଆସନ – କାଣ୍ଟେ କି ଟକ୍କର

ଆସନ୍ତା କାଲି ହେବାକୁ ଥିବା ଓଡ଼ିଶାର ଚାରି ଲୋକସଭା ଆସନ ଭୋଟ ସୁଚେଇବ କିଏ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଓ କିଏ ଓଡ଼ିଶାରେ ଶାସନ କରିବେ। ଗୁରୁବାର ଦିନ ଲୋକସଭା ସହିତ ୨୮ ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ନିଆଯିବ। ତେବେ ଲୋକସଭା ଭୋଟ ଉପରେ ହିଁ ସମସ୍ତଙ୍କର ନଜର ଲାଖି ରହିଛି।

ଆସନ୍ତାକାଲି ସାଧାରଣ ନିର୍ବାଚନ, ପ୍ରସ୍ତୁତି ଚୂଡ଼ାନ୍ତ

ଆସନ୍ତାକାଲି ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୪ଲୋକସଭା ସହ ୨୮ ବିଧାନସଭା ଆସନ ଲାଗି ମତଦାନ ହେବ। ବ୍ରହ୍ନପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

୪ଲୋକସଭା ଆସନ ଲାଗି ମୋଟ ପ୍ରାର୍ଥୀ ଅଛନ୍ତି ୨୮ ଜଣ ସେହିପରି ୨୮ଟି ବିଧାନସଭା ଆସନ ଲାଗି ମୋଟ ପ୍ରାର୍ଥୀ ଅଛନ୍ତି ୧୯୧ ଜଣ। ଏହାସହିତ ପ୍ରଥମ ପର୍ଯ୍ୟାୟରେ ମୋଟ ୬୦ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ଓଡ଼ିଶାରେ ପ୍ରଥମଥର ଲାଗି ବ୍ରେଲ ବାଲଟ ପେପରରେ ଭୋଟ ଦେବେ ଭିନ୍ନକ୍ଷମ ଭୋଟର

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ। ୪ଲୋକସଭା ଲାଗି ୨୮ଜଣ ପ୍ରାର୍ଥୀ ଓ ୨୮ବିଧାନସଭା ଲାଗି ୧୯୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମୋଟ ୭୨୩୩ଟି ପୋଲିଂ ଷ୍ଟେସନ କରାଯାଇଛି। ଏଥର ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୧୦୩୩୦୭। ଏମାନଙ୍କ ଲାଗି ପ୍ରଥମଥର ଓଡ଼ିଶାରେ ବେର୍ଲି ବାଲଟ ପେପର ବ୍ୟବସ୍ଥା କରାଯାଇଛି।

ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ଲକ୍ଷରୁ ଅଧିକ ଭୋଟର

ରାଜ୍ୟରେ ଆସନ୍ତା ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ୪ ଲୋକସଭା (କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ନପୁର,କୋରାପୁଟ)ସହ ୨୮ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୭୨୩୩ ବୁଥରେ ନିର୍ବାଚନ ହେବ। ପାଖାପାଖି ୬୦ ଲକ୍ଷ ୩ହଜାର ୭୦୭ ଜଣ ଭୋଟର ପ୍ରଥମ ପର୍ଯ୍ୟାନ ଲାଗି ନିଜର ମତଦାନ ସାବ୍ୟସ୍ତ କରିବେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

କେନ୍ଦ୍ରପଡ଼ା ରାଜନୀତି : ସିପ୍ରାଙ୍କୁ ମନାଇଲା ବିଜେଡି, ପ୍ରାର୍ଥିପତ୍ର କଲେ ପ୍ରତ୍ୟାହାର

ବିଜେଡି-ବିଜେପି ପାଇଁ ‘କର ବା ମର’ ପରିସ୍ଥିତି

ମୁଁ ଦୁଇ ମା’ଙ୍କ ପାଇଁ ପ୍ରଚାର କରୁଛି – ବାବୁସାନ

ରହିଛି ରହିବି ବିଜେଡି ପାଇଁ – ଅରିନ୍ଦମ

Comment