ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଦେଶରେ ଏବେ ସବୁଠି ନିର୍ବାଚନୀ ହାୱା। ମତଦାନ ତାରିଖ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଆମ ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। କେନ୍ଦ୍ରାପଡ଼ାରେ ଏପ୍ରିଲ ୨୯ରେ ନିର୍ବାଚନ ଅନୁଷ୍ଠିତ ହେବ।

ଏହା ପୂର୍ବରୁ ସେଠାରେ ନୂଆ ସମୀକରଣ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ବିଧାନସଭା ଆସନଲାଗି ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଶଶିଭୂଷଣ ବେହେରା। ଏହି ଘୋଷଣାପରେ ବିଜେଡି ନେତ୍ରୀ ତଥା କେନ୍ଦ୍ରାପଡ଼ା ଲାଗି ଆଶାୟୀ ଥିବା ସିପ୍ରା ମଲ୍ଲିକ ଅସନ୍ତୁଷ୍ଟ ଥିଲେ।

ଏପରିକି ପ୍ରାର୍ଥିପତ୍ର ଦାଖଲର ଶେଷଦିନରେ ସିପ୍ରା ନିଜ ସମର୍ଥକଙ୍କ ସହ ଯାଇ ସ୍ୱାଧୀନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଯାହାପରେ କେନ୍ଦ୍ରାପଡ଼ା ରାଜନୀତରେ ଏକ ରୋଚକ ତଥ୍ୟ ଦେଖିବାକୁ ମିଳିବ ବୋଲି ରାଜନୈତିକ କରିଡ଼ରରେ ଚର୍ଚ୍ଚା ହେଉଥିଲା।

ସ୍ୱାଧୀନଭାବେ ସିପ୍ରା ପ୍ରାର୍ଥିପତ୍ର ଦାଖଲ କରିବା ପରେ ବିଜେଡି ସଭାପତି ତାଙ୍କୁ ମନାଇବା ଲାଗି ଚେଷ୍ଟା କରିଥିଲେ। ଯେଉଁଥିରେ ସିପ୍ରା ମାନିବି ଯାଇଛନ୍ତି।

ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ସିପ୍ରା କହିଛନ୍ତି, “ଦଳ ପାଇଁ ସବୁବେଳେ କାମ କରିବି। କେନ୍ଦ୍ରାପଡ଼ାରେ କେମିତି ବିଜେଡି ଭଲ ପ୍ରଦର୍ଶନ କରିବ ସେ ନେଇ ଆମେ ସମସ୍ତେ ଚେଷ୍ଟା କରିବୁ।”

Comment