ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବେ ପୁରୀ ଶଙ୍କରାଚାର୍ଯ୍ୟ।

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପୁରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜା ନିଜ ପ୍ରତିକ୍ରିୟା ରଖିଛନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି, ଶ୍ରୀମନ୍ଦିର ପରିଚଳନା ଦାୟିତ୍ୱ ଶଙ୍କରାଚାର୍ଯ୍ୟ ନେବା କଥା। ଏନେଇ ସୁପ୍ରିମକୋର୍ଟରେ ଖୁବ ଶୀଘ୍ର ନିଜର ପକ୍ଷ ରଖିବେ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ କହିଛନ୍ତି। ଗୋବର୍ନ୍ଧନ ମଠ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

୨୫୦୩ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ଯ୍ୟ ଜଗନ୍ନାଥଙ୍କ ପୁନଃ ପ୍ରତିଷ୍ଠା କରିଥିଲେ। ତେଣୁ  ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ଵ ଶଙ୍କରାଚାର୍ଯ୍ୟ ହିଁ ନେବା କଥା। ଏନେଇ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବେ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ପୁରୀ ଶ୍ରୀମନ୍ଦିରର କୌଣସି ସମ୍ବିଧାନ ନାହିଁ। କେବଳ ଟେମ୍ପୁଲ ଆକ୍ଟର ଅନ୍ଧ ପରମ୍ପରାରେ ମନ୍ଦିର ପରିଚାଳନା ହେଉଛି। ବର୍ତ୍ତମାନ ସମୟରେ ମନ୍ଦିରର ପରିଚାଳନା ପାଇଁ ନୂଆ ସମ୍ବିଧାନର ଆବଶ୍ୟକତା ରହିଛି”

ଶ୍ରୀମନ୍ଦର ସଂସ୍କାର ମାମଲାରେ ଆମିକସ୍‌ କ୍ୟୁରି ରିପୋର୍ଟ ଦାଖଲ ପରେ ଏପ୍ରିଲ ୮ରେ ଏହାର ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ଏହି ଶୁଣାଣିରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଶଙ୍କରାଚାର୍ଯ୍ୟଙ୍କୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ପ୍ରସ୍ତାବରେ ଶଙ୍କାରାଚାର୍ଯ୍ୟ ଆଜି ନିଜ ପ୍ରତିକ୍ରିୟା ରଖିଛନ୍ତି। ଏପ୍ରିଲ ୩୦ରେ ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Comment