ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରିର ଝଟିମାଟି କଲୋନୀରେ ଶନିବାର ଜଣେ ପୋଲିସ୍‌ କନ୍‌ଷ୍ଟେବଲ ନିଜ ମୁଣ୍ଡରେ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ କନ୍‌ଷ୍ଟେବଲଙ୍କ ନାଁ ସୁନୀଲ ମହାନନ୍ଦିଆ। ସୁନୀଲ ନିଜ ସର୍ଭିସ ରିଭଲ୍‌ଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

ପଡ଼ୋଶୀଙ୍କ କହିବା ମୂତାବିକ, ଶନିବାର ସକାଳେ ସୁନୀଲଙ୍କ ଘରୁ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳିଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସୁନୀଲ ଘରକୁ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ଆତ୍ମହତ୍ୟା କି ହତ୍ୟା ପୋଲିସ ଏନେଇ ତଦନ୍ତ ଚଳାଇଛି।

Comment