ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ନିଲମ୍ବନ ଆଦେଶ ଉଠିବା ପରେ ପ୍ରଫୁଲ୍ଲ ଘଡ଼ାଇଙ୍କୁ ନୂଆ ଦାୟିତ୍ବ

ବିଜେଡି ସୁପ୍ରିମୋ କିଛି ନେତାଙ୍କୁ ଆଜି ନୂଆ ଦାୟିତ୍ବ ଦେଇଛନ୍ତି। ପ୍ରଫୁଲ୍ଲ ଘଡ଼ାଇଙ୍କୁ ସବୁଠୁ ବଡ଼ ଦାୟିତ୍ବ ଦେଇଛନ୍ତି ନବୀନ। ତିନି ବିଧାନସଭା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଖୋର୍ଦ୍ଧା,ଋଣପୁର ଓ ଚିଲିକା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ହେଲେ ପ୍ରଫୁଲ୍ଲ ଘଡ଼ାଇ।

ଆଜି ବରଗଡରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ଓ ରୋଡ ସୋ

ଆଜି ବରଗଡ ଲୋକସଭାକ୍ଷେତ୍ରରେ ମାରଥନ ପ୍ରଚାର କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ରୋଡ ସୋ ସହିତ ଜନସଭାକୁ ସମ୍ବୋଧିତ କରିବେ ନବୀନ। ଦିନ ୧୧ଟାରେ ଭେଡେନ ବ୍ଲକରେ ଆୟୋଜନ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ ନବୀନ। ଏହାପରେ ପାଟଣାଗଡ଼ରେ ମଧ୍ୟ ବିଜେଡି ପ୍ରାଥୀଙ୍କ ଭୋଟଲାଗି ପ୍ରଚାର କରିବେ।

ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ‘ କରିବେ ମୋଦି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଗସ୍ତରେ ଆସିବେ। ରାଜଧାନୀ ଭୁବନେଶ୍ୱରରେ କରିବେ ରୋଡ ସୋ’। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମୋଦି ୧୬ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଏନେଇ ବିଜେପିର ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଓଡ଼ିଶାରେ ପ୍ରତି ଲୋକସଭା ଆସନ ପାଇଁ ୮ ଓ ବିଧାନସଭା ପାଇଁ ୭ ପ୍ରାର୍ଥୀ

ନିର୍ବାଚନ କମିଶନ ଅଧିକାରୀ ମାନେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ସମ୍ପର୍କରେ ଚୂଡାନ୍ତ ସୂଚନା ଦେଇଛନ୍ତି। ୪ଟି ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୨୧ ଲୋକସଭା ଆସନ ପାଇଁ ମୋଟ ୧୭୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଅର୍ଥାତ ପ୍ରତି ଲୋକସଭା ଆସନ ପାଇଁ ହାରାହାରି ୮ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ସେହିଭଳି ୧୪୭ ବିଧାନସଭା ଆସନ ସକାଶେ ୧୧୩୭ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହାରାହାରି ହିସାବରେ ପ୍ରତି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ୭।
ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

କଟକ-ସଦର ନିର୍ବାଚନ ମଣ୍ଡଳୀ- ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

Comment