ଓଡ଼ିଶାଲାଇଭ ବ୍ୟୁରୋ

ପୋଲିଂ ବୁଥକୁ ଅଧିକାରୀ ଯାଉଥିବେ ବେଳେ ସେମାନଙ୍କ ଗାଡ଼ିକୁ ଦୁର୍ବୃତ୍ତ ଜାଳିଦେଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥକୁ ଯିବା ବାଟରେ ଏଭଳି ଘଟଣା ଘଟିଛି।

ପୋଲିଂ କର୍ମଚାରୀଙ୍କୁ ବାହାରକୁ ଡାକି ଗାଡ଼ି ଜାଳିଦେଇଛନ୍ତି ଦୁର୍ବୃତ୍ତ। ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଏହାପରେ ସୂଚନାମିଳିଛି କି ସୁରକ୍ଷାକର୍ମୀଙ୍କ ଦ୍ୱାରା ସେଠାରେ ଅପରେସନକୁ ଅଧିକ କରାଯାଇଛି।

ଏହାପଛରେ କାହାର ହାତ ଅଛି ଜଣାପଡ଼ିନଥିଲେ ସୁଧା ଯେହେତୁ ଏହା ଏକ ମାଓପ୍ରବଣ ଅଞ୍ଚଳ ତେଣୁ ମାଓବାଦୀଙ୍କ କାମ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Comment