ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମତଦାନ ଚାଲିଥିବା ବେଳେ ଇଭିଏମ୍ ମେସିନ ଭଙ୍ଗାରୁଜା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଜେଲ୍ ଗଲେ। ଗୁରୁବାର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ତାହା ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ହଠାତ୍ ଖବର ଆସିଲା ଯେ ରେଣ୍ଟି ଗାଁର ୧୮୨ ନମ୍ବର ବୁଥରେ ଇଭିଏମ ମେସିନ ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ନାଁ ଉଠିଥିଲା। ନୀଳମଣିଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖିଥିଲା। ହେଲେ ନୀଳମଣି ଏହାକୁ ଖଣ୍ଡନ କରିଥିଲେ। ଏବଂ ବିଜେଡି ଉପରେ ଦୋଷ ଦେଇଥିଲେ।

ସେ କହିଥିଲେ, ‘‘ଇଭିଏମ୍ ମୁଁ ନୁହେଁ ବିଜେଡି କର୍ମୀ ଭାଙ୍ଗିଥିବା ନୀଳମଣି କହିଥିଲେ’’।

ବୁଥ ଭିତରେ ଥିବା କର୍ମଚାରୀଙ୍କ ସୂଚନା ଆଧାରରେ ପୋଲିସ୍ ମାମଲା ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here