ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ସ୍ଥଗିତ ହୋଇଥିବା ୯ଟି ବୁଥରେ ଚାଲିଛି ମତଦାନ। ଅପରାହ୍ଣ ୩ଟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।

ସୂଚନାନୁସାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବେଳେ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ୮ଟି ଓ ଇଭିଏମ ଭଙ୍ଗାରୁଜା ପାଇଁ ଗୋଟିଏ ବୁଥରେ ନିର୍ବାଚନକୁ ସ୍ଥଗିତ କରାଯାଇଥିଲା। ଯାହାପରେ ଏହି ସବୁ ବୁଥରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିସ କରିଥିଲେ।

ବଣାଇ ବିଧାନସଭାର ୧୨୯ ନମ୍ବର ଉପରପଡ଼ା କେନ୍ଦ୍ରିକେଲା ବୁଥ୍, ସୁନ୍ଦରଗଡ଼ ବିଧାନସଭା ୨୧୩ ନମ୍ବର ରଙ୍ଗଢ଼ିପା ବୁଥ୍, ଦଶପଲ୍ଲା ୨୧୦ ବାହାଡ଼ଝୋଲା, ୨୨୨ ବେତନଟୀ ବୁଥ୍, ଅତାବିରା ୨୩୫ ନଂ ଅରେଇଗୁଡ଼ି, ବରଗଡ଼ ୬୮ ନଂ ଶକ୍ତିନଗର ବୁଥ୍, ପଦମପୁର ୧୬ ନଂ ଡାଭା ଓ ବ୍ରଜରାଜନଗର ୨୫୪ ନମ୍ବର ଚାରମାଳ ବୁଥରେ ସାନି ମତଦାନ ହେଉଛି।

୨ଟି ବୁଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଓ ବାକି ୭ଟି ବୁଥରେ ସଂଧ୍ୟା ୬ଟା ଯାଏଁ ମତଦାନ ହେବ।

ରାଜ୍ୟରେ ୩ଟି ପର୍ଯ୍ୟାୟରେ ଭୋଟିଂ ସରିଛି। ଆସନ୍ତା ୨୯ରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ। ଏହାସହିତ ନିର୍ବାଚନ ଅଭିଯାନ ସରିବ ରାଜ୍ୟରେ। ମେ’ ୨୩ରେ ଆସିବ ରେଜଲ୍ଟ।

Comment