ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ୬ ଲୋକସଭା ଆସନରେ ୫୨ ପ୍ରାର୍ଥୀ
  • ୪୨ ବିଧାନସଭା ଆସନରେ ୩୪୬ ପ୍ରାର୍ଥୀ
  • ୯୫ ଲକ୍ଷ ୧୪ ହଜାର ୮୮୩ ଭୋଟର ଦେବେ ଭୋଟ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ଆଜି ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ସୋମବାର ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ପୋଲିଂ ପାର୍ଟି ଇଭିଏମ୍ ଓ ଭିଭିପାଟ ମେସିନ ନେଇ ବୁଥ ଅଭିମୁଖେ ଯାଇଛନ୍ତି।

ଓଡ଼ିଶାର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ପାଇଁ ସୋମବାର ହେବ ଭୋଟିଂ। ୬ ଲୋକସଭା ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୯୫ ଲକ୍ଷ ୧୪ ହଜାର ୮୮୩ ଭୋଟର। ସେଥିମଧ୍ୟରେ ଅଛନ୍ତି ୪୯ ଲକ୍ଷ ୮ ହଜାର ୫୭୫ ପୁରୁଷ ଏବଂ ୪ ଲକ୍ଷ ୬୫ ହଜାର ୬୯୪ ମହିଳା ଭୋଟର। ୬୧୫ ଜଣ ତୃତୀୟ ଲିଙ୍ଗୀ ମଧ୍ୟ ମତଦାନ କରିବେ। ମୋଟ ୧୦ ହଜାର ୭୯୨ ପୋଲିଂ ବୁଥରେ ଭୋଟର ମତଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଏବଂ ତତସଂଲଗ୍ନ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ୬ ଲୋକସଭା ଆସନରେ ୫୨ ଜଣ ପ୍ରାର୍ଥୀ ଥିବା ବେଳେ ୪୨ ବିଧାନସଭା ଆସନରେ ୩୪୬ ଜଣ ପ୍ରାର୍ଥୀ ଅଛନ୍ତି।

୩୧୧ ପୁରୁଷ ପ୍ରାର୍ଥୀ, ୩୪ ମହିଳା ଏବଂ ୩ ଜଣ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି।

Comment