ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଶେଷ ଦିନରେ ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି ନବୀନ
ରାଜ୍ୟରେ ୬ଟି ଲୋକସଭା ସହ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏଥିପାଇଁ ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି ନବୀନ। ପ୍ରଚାରର ଶେଷ ଦିନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରୁଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ରାତ୍ରୀଯାପନ ପରେ ଆଜି ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକାରେ କରିବେ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ରୋଡ ସୋ’ କରି ଭୋଟ କରୁଛନ୍ତି।

ଆଜି ମୋରଡ଼ା, ସୁକିନ୍ଦାରେ ପ୍ରଚାର କରିବେ ଅମିତ ଶାହ
ରାଜ୍ୟରେ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ଆଜି ହେଉଛି ପ୍ରଚାରର ଶେଷ ଦିନ। ପ୍ରଚାରର ଶେଷ ଦିନରେ ନେତାଙ୍କ ପ୍ରଚାର ଜୋର ରହିଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶନିବାର ଓଡ଼ିଶା ଆସୁଛନ୍ତି। ଶାହ ମୟୂରଭଞ୍ଜର ମୋରଡାରେ ସଭା କରିବେ। ମୋରଡା ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ଭୋଟ୍ ମାଗିବେ ଶାହ।



















