ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବୀନଙ୍କୁ ଆଜି ସିଧାସଳଖ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ଆଜି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର ପ୍ରଧାନ ସିଧା ନବୀନ ପଟ୍ଟନାୟକଙ୍କୁ ଆଟାକ କରିଛନ୍ତି।

ଧର୍ମେନ୍ଦ୍ରଙ୍କ ପ୍ରଶ୍ନ

  • ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ରାଜ୍ୟବାସୀଙ୍କ ପାଇଁ କ’ଣ କରିଛନ୍ତି?
  • ଆଗାମୀ ୫ ବର୍ଷରେ କ’ଣ କରିବେ?

‘‘ନବୀନ ପଟ୍ଟନାୟକ କ’ଣ କ’ଣ କରିଛନ୍ତି ତା’ର ହିସାବ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହେଉଛନ୍ତି। ନରେନ୍ଦ୍ର ମୋଦିଙ୍କ ନାଁ ଓ ପରିବର୍ତ୍ତନ ନାଁ ଶୁଣିଲେ ବିରକ୍ତ ହୋଇ ପଡ଼ୁଛନ୍ତି’’, ଏଭଳି କହି ତାତ୍ସଲ୍ୟ କରିଛନ୍ତି ଧର୍ମେନ୍ଦ୍ର।

ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ ଓଡ଼ିଶା ଆଜି ଶିଶୁମୃତ୍ୟୁ, ମା’ମୃତ୍ୟୁ ହାର, କୁପୋଷଣ ଆଦି କ୍ଷେତ୍ରରେ ତଳଆଡ଼ୁ ପ୍ରତିଯୋଗିତା କରୁଛି, ’’ ଏହା କହିଛନ୍ତି ଧର୍ମେନ୍ଦ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନବୀନ ପ୍ରଚାରରେ ସ୍ଲୋଗାନ ଦେଉଛନ୍ତି ଯେ ‘ଓଡ଼ିଶାର ପରିଚୟ ନବୀନ’।

ଧର୍ମେନ୍ଦ୍ର କହିଛନ୍ତି, ‘‘କେନ୍ଦ୍ରାପଡ଼ାରେ ଦଳବଳ ନେଇ ଡେରା ପକାଇ ଗୁଣ୍ଡାରାଜ କରୁଛନ୍ତି ଶାସକ। ଜବାବ ଦିଅନ୍ତୁ କ’ଣ କରିଛନ୍ତି ଏବଂ ଆଗାମୀ ୫ ବର୍ଷ କ’ଣ କରିବେ। ବିଜେଡି ଯିବା ସୁନିଶ୍ଚିତ।’’

ଅନ୍ୟପଟେ ବିଜେଡି ଏହାର ଜବାବ ରଖିବା ସହ ପାଲଟା ପ୍ରଶ୍ନ କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ କରି ନବୀନ ସରକାରର ବିକାଶର ତାଲିକା ଦେଇଛନ୍ତି। ଗୁଜୁରାଟର ବିକାଶ ମଡେଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସସ୍ମିତ।

‘‘୨୫ ପ୍ରତିଶତ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପକରକୁ ଉଠାଯାଇଛି। ଖାଦ୍ୟ ସୁରକ୍ଷା ଓ କାଳିଆ ଯୋଜନାର ବିଜେଡିର ଉପଲବ୍ଧି। ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ବିଜେଡି। ଓଡ଼ିଶାରେ ପରିଚାଳିତ ମମତା ଯୋଜନାକୁ ନେଇ ସାରାଦେଶରେ ଚର୍ଚ୍ଚା ହେଉଛି।  ନବୀନ ସରକାର ୪୦ ଲକ୍ଷ ମହିଳାଙ୍କ ପାଇଁ ମମତା ଯୋଜନା କରିଛି। ମିଶନ ଶକ୍ତିରେ  ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଛି’’, କହିଛନ୍ତି ସସ୍ମିତ।

Comment