ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ  

ସୋମବାର ଚତୁର୍ଥ ପର୍ଯ୍ୟାୟ ଭୋଟ। ୬ ଲୋକସଭା ଏବଂ ୪୧ଟି ବିଧାନସଭା ଆସନରେ ହେବ ମତଦାନ। ପୋଲିଂ ପାର୍ଟି ବିଭିନ୍ନ ବୁଥରେ ପହଞ୍ଚି ସାରିଥିବା ବେଳେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ବୁଥରେ ଭୋଟର କେମିତି ସୁରୁଖୁରୁରେ ମତଦାନ କରିବେ ସେନେଇ ନିର୍ବାଚନ ଅଧିକାରୀ ଗୁରୁତ୍ୱ ଦେଇଛନ୍ତି।

‘‘୧୦ ହଜାର ୭୯୨ ବୁଥରେ ମତଦାନ ହେବ। ମୋଟ ୯୫ ଲକ୍ଷ ୬୩୫ ଭୋଟର ମତଦାନ କରିବେ। ୪୯ ଲକ୍ଷ ୧୦୭୯ ପୁରୁଷ ଭୋଟର ଏବଂ ୪୫ ଲକ୍ଷ ୯୮ ହଜାର ୯୭୮ ଭୋଟର ଭୋଟ ଦେବେ। ଚତୁର୍ଥ ପର୍ଯ୍ୟାୟ ମତଦାନରେ ୭୨ ହଜାର ୩୬୩ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି’’, ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ‘‘ସମ୍ବେଦନଶୀଳ ଏବଂ ଅତିସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୩୦୯୨ ପୋଲିଂ ଷ୍ଟେସନକୁ କ୍ରିଟିକାଲ ପୋଲିଂ ଷ୍ଟେସନ ଭାବେ ଘୋଷଣା କରାଯାଇଛି। ୫୫୪ଟି ବୁଥରେ ସିସିଟିଭି, ୫୯୫ ବୁଥରେ ମାଇକ୍ରୋ ଅବଜର୍ଭର ଲଗାଯାଇଛି।’’

Comment