ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର।

‘ଫନି’ ମୁକାବିଲା ଲାଗି ରାଜ୍ୟସରକାର ପ୍ରସ୍ତୁତ

ଫନି ଏବେ ମଛିଲିପଟନମ୍ ଠାରୁ ୭୬୦ କିମି ଦୂରରେ ରହିଛି। ମେ ୧ତାରିଖ ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ଅନ୍ୟପଟେ ଫନି ମୁକାବିଲା ଲାଗି ରାଜ୍ୟସରକାର ପୂରା ସଜାଗ ଅଛନ୍ତି। ଏନଡ଼ିଆରଏଫ, ଓଡ୍ରାଫ ଓ ଫାୟାର ୟୁନିଟ୍ ପ୍ରସ୍ତୁତ ଅଛନ୍ତି। ଏହାସହିତ ୧୨ଟି ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବାକୁ ଥିବାବେଳେ ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦ଟି ଓଡ୍ରାଫ ଟିମ୍, ୧୨ଟି ଏନଡିଆରଏଫ ଟିମ୍, ବାଲେଶ୍ୱରରେ ଗୋଟିଏ ଟିମ୍ , ଫାୟର ଯୁନିଟର ୩୩୫ଟି ଟିମ୍‌କୁ ନିୟୋଜିତ କରାଯାଇଛି। ଏହାସହିତ ଯେଉଁ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ପଡ଼ିବା ନେଇ ଆଶଙ୍କା କରାଯାଉଛି ସେସବୁ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯିବ।

କେଉଁଠି ଲ୍ୟାଣ୍ଡଫଲ କରିବ ‘ଫନି’?

ଚେନ୍ନାଇ ଠାରୁ ୬୮୦ କିମି ଦୂରରେ ସାଇକ୍ନନିକ ଷ୍ଟର୍ମ ‘ଫନି’ କେନ୍ଦ୍ରୀଭୂତ ହୋଇଛି। ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ କୁହାଯାଉଛି ଅପରାହ୍ନ ସୁଦ୍ଧା ଏହା ସ୍ପଷ୍ଟ ହେବ। ତେବେ ଆକଳନ କରାଯାଉଛି ପୁରୀରୁ କେନ୍ଦ୍ରାପଡ଼ା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ। ଏହାପରେ ସେହି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାଲାଗି ନିର୍ଦ୍ଦେଶ ରହିଛି। ଏହାସହିତ କଣ୍ଟୋଲ ରୁମ୍ ଖୋଲଯାଇଛି।

୧୨ ଜିଲ୍ଲାରେ ପଡ଼ିବ ‘ଫନି’ର ପ୍ରଭାବ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନି ଚେନ୍ନାଇଠାରୁ ଏବେ ୭୬୦କିମି ଦୂରରେ ସିଭିୟର ସାଇକ୍ଲୋନିକ୍‌ ରୂପ ନେଉଛି। ଓଡ଼ିଶା ସମେତ ତାମିଲନାଡ଼ୁ, କେରଳ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଏହାର ପ୍ରଭାବ ରହିବ। ଓଡ଼ିଶାରେ ମୋଟ୍ ୧୨ଟି ଜିଲ୍ଲାରେ ଫନିର ପ୍ରଭାବ ପଡ଼ିପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ନୟାଗଡ଼, କଟକ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାମାନଙ୍କରେ ଫନିର ପ୍ରଭାବ ପଡ଼ିପାରେ।

‘ଫନି’ ପାଇଁ ଓଡ଼ିଶାକୁ ୩୪୦ କୋଟିର ସହାୟତା ଘୋଷଣା

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନି ଚେନ୍ନାଇଠାରୁ ଏବେ ୭୬୦କିମି ଦୂରରେ ସିଭିୟର ସାଇକ୍ଲୋନିକ୍‌ ରୂପ ନେଉଛି। ଫନିର ମୁକାବିଲା ପାଇଁ ଏସଡିଆରଏଫ ପକ୍ଷରୁ ଆଗୁଆ ସହାୟତା ଘୋଷଣା କରାଯାଇଛି। ଏସଡିଆରଏଫ ପକ୍ଷରୁ ୪ ରାଜ୍ୟକୁ ଆଗୁଆ ସହାୟତା ରାଶି ଘୋଷଣା କରାଯାଇଛି। ଆନ୍ଧ୍ରପ୍ରଦେଶକୁ ୨୦୦ କୋଟି, ଓଡ଼ିଶାକୁ ୩୪୦ କୋଟି, ତାମିଲନାଡ଼ୁ  ୩୦୯ କୋଟି ଓ ପଶ୍ଚିମବଙ୍ଗକୁ ୨୩୫ କୋଟିର ସହାୟତା ରାଶିର ଘୋଷଣା କରାଯାଇଛି।

‘ଫନି’ ମୁକାବିଲା ଲାଗି ରାଜ୍ୟସରକାରଙ୍କ ପ୍ରସ୍ତୁତି – ୪ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ‘ଫନି’ର ମୁକାବିଲା ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି। ବାତ୍ୟା ଲାଗି ଉପକୂଳବର୍ତ୍ତି ଜିଲ୍ଲା କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଖୋର୍ଦ୍ଧାର ସବୁ ସରକାରୀ କର୍ମୀଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର।ସେପଟେ କେନ୍ଦ୍ରଗୃହ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଅନ୍ୟକେତୋଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଲାଗି ଆଡଭାଇଜାରି ଜାରି କରାଯାଇଛି। ଏହାସିହତ କେନ୍ଦ୍ର କ୍ୟାବିନେଟ ସେକରେଟେରି ମଧ୍ୟ ସାମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ସଚିବଙ୍କ ସହ ଭିଡ଼ିଓ କନଫେରସିଂ ଜରିଆରେ ଆଲୋଚନା କରିଛନ୍ତି।

Comment