ଓଡ଼ିଶାଲାଇଭ ବ୍ୟୁରୋ

  • ‘ଫନି’ ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା
  • ‘ଲ୍ୟାଣ୍ଡଫଲ ନେଇ ଅପରାହ୍ନରେ ହେବ ଚିତ୍ର ସ୍ପଷ୍ଟ’
  • ତିତିଲ ଅପେକ୍ଷା ଫନିର ପ୍ରଭାବ ଅଧିକ ରହିବ – ପାଣିପାଗ ନିର୍ଦ୍ଦେଶକ
  • ଫନି ମୁକାବିଲା ଲାଗି ରାଜ୍ୟସରକାର ପ୍ରସ୍ତୁତ –  ଏସଆରସି
  • ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ଆଗୁଆ ସ୍ଥାନାନ୍ତର କରାଯିବ – ଏସଆରସି
  • ୨ରୁ ବର୍ଷା ୩ରୁ ବର୍ଷାର ପରିମାଣ ବଢ଼ିବା ସହ ପବନର ବେଗ ବଢ଼ିବ

ଫନି ଏବେ ମଛିଲିପଟନମ୍ ଠାରୁ ୭୬୦ କିମି ଦୂରରେ ରହିଛି। ମେ ୧ତାରିଖ ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ଅନ୍ୟପଟେ ଫନି ମୁକାବିଲା ଲାଗି ରାଜ୍ୟସରକାର ପୂରା ସଜାଗ ଅଛନ୍ତି।

ଏନଡ଼ିଆରଏଫ, ଓଡ୍ରାଫ ଓ ଫାୟାର ୟୁନିଟ୍ ପ୍ରସ୍ତୁତ ଅଛନ୍ତି। ଏହାସହିତ ୧୨ଟି ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବାକୁ ଥିବାବେଳେ ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନାନୁସାରେ ‘ଫନି’ ମୁକାବିଲା ଲାଗି ରାଜ୍ୟସରକାର ପୂରା ପ୍ରସ୍ତୁତ ଅଛନ୍ତି।

୨୦ଟି ଓଡ୍ରାଫ ଟିମ୍, ୧୨ଟି ଏନଡିଆରଏଫ ଟିମ୍, ବାଲେଶ୍ୱରରେ ଗୋଟିଏ ଟିମ୍ , ଫାୟର ଯୁନିଟର ୩୩୫ଟି ଟିମ୍‌କୁ ନିୟୋଜିତ କରାଯାଇଛି। ଏହାସହିତ ଯେଉଁ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ପଡ଼ିବା ନେଇ ଆଶଙ୍କା କରାଯାଉଛି ସେସବୁ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯିବ। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସହାୟତା ନିଆଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି।

ଏହାସହିତ “ଯଦି କୌଣସି ଅଞ୍ଚଳରେ ‘ଫନି’ର ପ୍ରଭାବ ଅଧିକ ପଡ଼େ ସେସବୁ ଅଞ୍ଚଳରୁ ଲୋକଙ୍କୁ ସେଠାରୁ ସ୍ଥାନନ୍ତର କରାଯିବ। ପାଖାପାଖି ଅଞ୍ଚଳରେ ଥିବା ବନ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକୁ ପ୍ରସ୍ତୁତ କରାଯାଉଛି” କହିଛନ୍ତି ଏସଆରସି।

Comment