ଓଡ଼ିଶାଲାଇଭ୍ ବ୍ୟୁରୋ

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’। ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଫନି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଫନି ମେ’ ୩ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଜଗତସିଂହପୁରରେ ପହଞ୍ଚିଛି  ୩ ଏନଡିଆରଏଫ୍ ଟିମ।

ଗୋଟିଏ ଟିମ ପାରାଦୀପରେ ଓ ଆଉ ଗୋଟିଏ ଟିମ ଏରସମାରେ ମୁତୟନ ହୋଇଛନ୍ତି। ତୃତୀୟ ଟିମଟି ଜିଲ୍ଲା ମୁଖ୍ୟାଳୟରେ ରହିଛନ୍ତି। ଜିଲ୍ଲାପାଳଙ୍କ ସହ ବୈଠକ ପରେ ଟିମ ମୁତୟନ ହୋଇଛନ୍ତି।

ଏବେ ଫନି ପୁରୀଠାରୁ ୬୮୦ କିଲୋମିଟର ଦୂରରେ ଥିବାବେଳେ ବିଶାଖାପଟଣାଠାରୁ ଏହା ୪୩୦ କିଲୋମିଟର ଦୂରରେ ରହିଛି। ଫନି ସ୍ଥଳଭାଗ ଛୁଇଁବା ପରେ ୧୭୫ରୁ ୧୮୫ ବେଗରେ ପବନ ବହିବା ପାରେ ବୋଲି ସୂଚନା ମିଳିଛି। ଫନି ପ୍ରଭାବରେ ମେ’୨ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

Comment