ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲାରେ ମଧ୍ୟ ବାତ୍ୟା ଫନି ତାଣ୍ଡବ ରଚିଛି। ସାରା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ବିଦ୍ୟୁତ, ମୋବାଇଲ ଓ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବାରୁ ଗମନାଗମନ ବ୍ୟାହତ ହୋଇଛି।
ଫନି ପ୍ରଭାବରେ କଟକ ଜିଲ୍ଲାର ନିଆଳି, କଣ୍ଟାପଡ଼ା ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶହ ଶହ ଚାଳ ଛପର ଘର ଉଡ଼ି ଯାଇଛି। ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ବାଙ୍କୀ, ନେମାଳ, କିଶନନଗର ବ୍ଲକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।
କଟକ ବଡ଼ ମେଡିକାଲରେ ବି ଫନି ତାଣ୍ଡବ ରଚିଛି। ହୃଦରୋଗ ବିଭାଗର ଉପର ଛାତ ଉଡ଼ି ଯାଇଥିବା ବେଳେ ସମ୍ମୁଖ ଭାଗ କାଚ ଭାଙ୍ଗି ଯାଇଛି। ବର୍ଷା, ପବନରେ କଟକ ସହରର ଅବସ୍ଥା ବେହାଲ ହୋଇଯାଇଛି। ବଡ଼ ବଡ଼ ହୋର୍ଡିଂ ପବନରେ ଉଡ଼ି ଯାଇଛି। ରାସ୍ତା କଡ଼ରେ ଥିବା କେବିନ ପବନରେ ଓଲଟି ପଡ଼ିଛି। ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଫଳରେ କଟକ ସହର ଅନ୍ଧାରରେ ରହିଛି।


















