ଓଡ଼ିଶାଲାଇଭ୍ ବ୍ୟୁରୋ

ଭୟଙ୍କର ସାମୁଦ୍ରିକ ଝଡ଼ ଫନି ଦ୍ୱାରା ପୁରୀ ଶ୍ରୀମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ଏହାର ମୁଖ୍ୟ ମନ୍ଦିର ଏବଂ ବିଭିନ୍ନ ପାର୍ଶ୍ୱ ମନ୍ଦିର ଉପରେ ବାତ୍ୟାର କି ପ୍ରଭାବ ପଡ଼ିଛି ତାହା ପ୍ରାଥମିକ ଅବସ୍ଥାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇଛି। ତେବେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ବୈଷୟିକ ସମୀକ୍ଷା କରିବାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବା ଏଏସ୍ଆଇକୁ ମନ୍ଦିର ପ୍ରଶାସନ ଅନୁରୋଧ କରିବ।

ଏଥର ବାତ୍ୟାରେ ଗର୍ଭଗୃହରେ ପାଣି ପଶିଯିବା ଫଳରେ ଠାକୁରଙ୍କ ନୀତି ପ୍ରଭାବିତ ହୋଇଥିଲା। ତେବେ ଏହି ପାଣି କେଉଁଠୁ ଆସିଲା ତାହା ଜାଣିବାକୁ ଉଦ୍ୟମ କରାଯାଉଛି। ଶ୍ରୀମନ୍ଦିରରେ ଫାଟ ଥିବା କାରଣରୁ ବାତ୍ୟା ପାଣି ମନ୍ଦିର ଭିତରେ ପଶିଥିବା ଅନୁମାନ କରାଯାଉଛି।

ଫନି ପ୍ରଭାବରେ ଶ୍ରୀମନ୍ଦିର ସିଂହଦ୍ୱାର ପ୍ରଭାବିତ ହୋଇଛି। ଏହି ଦ୍ୱାରରେ ରହିଥିବା ଜୟ ବିଜୟ ମୂର୍ତ୍ତିଠାରୁ ବିଜୟ ମୂର୍ତ୍ତି ସୁରକ୍ଷିତ ଥିବା ବେଳେ ଜୟ ମୂର୍ତ୍ତି ଭାଙ୍ଗି ନଷ୍ଟ ହୋଇଯାଇଛି।

ଶ୍ରୀମନ୍ଦିରର ବିଭିନ୍ନ ଭାଗରେ ସାମୁଦ୍ରିକ ଝଡ଼ର ପ୍ରଭାବ ପଡ଼ିଛି। ୨୦୦ କିଲୋମିଟରରୁ ଅଧିକ ପବନ ବୋହିବା ଫଳରେ ମନ୍ଦିରର ଏହି କ୍ଷୟକ୍ଷତି ହୋଇଛି।

Comment