ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ଅପରାହ୍ଣ ୪ଟା ବଦଳରେ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ବ୍ୟାଙ୍କ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଗ୍ରାହକମାନେ ସନ୍ଧ୍ୟା ୬ଟା ଯାଏଁ ବ୍ୟାଙ୍କିଙ୍ଗ୍ ସୁବିଧା ପାଇ ପାରିବେ।

ବାତ୍ୟା ଫନି ଯୋଗୁ ଉପକୂଳ ଓଡ଼ିଶାରେ ବ୍ୟାଙ୍କିଙ୍ଗ ସୁବିଧା ବାଧାପ୍ରାପ୍ତ ହୋଇଥିଲା। ବ୍ୟାଙ୍କରେ ଲିଙ୍କ୍ ଫେଲ୍ ଯୋଗୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ। ବ୍ୟାଙ୍କରେ କୌଣସି କାମ ହୋଇପାରୁ ନଥିଲା।

ଏଟିଏମରେ ଟଙ୍କା ମଧ୍ୟ ଅଭାବ ଥିଲା। ଯେଉଁ ଏଟିଏମରେ ଟଙ୍କା ଥିଲା ସେଠି ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ଏବେ ବ୍ୟାଙ୍କିଙ୍ଗ୍ ସେବା ସୁଧୁରୁଛି। ଏଣୁ ବାତ୍ୟା ପ୍ରଭାବିତ ଅଞ୍ଚଳର ଗ୍ରାହକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୬ଟା ଯାଏଁ ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ।

Comment