ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ପାଇଁ ବିଶେଷ କ୍ଷତିହୋଇଛି ରାଜଧାନୀ ଭୁବନେଶ୍ବର। ମେ ୧୨ ତାରିଖ ସୁଦ୍ଧା ରାଜଧାନୀରେ ସମ୍ପୂର୍ଣ୍ଣ ବିଜୁଳି ସଂଯୋଗ ହୋଇଯିବ ବୋଲି ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ  ବିଭାଗର ସଚିବ ସଂଜୟ ସିଂ।

ମେ ୧୦  ତାରିଖ ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ। ଏହା ନିଶ୍ଚିତଭାବେ ରାଜଧାନୀବାସୀଙ୍କ ଲାଗି ଏକ ଭଲଖବର ଆମେ କହିପାରିବା।

ସେହପରି ପୁରୀରେ ମଧ୍ୟ ୧୨ ତାରିଖରେ ବିଦ୍ୟୁତ ସଂଯୋଗ ଆରମ୍ଭ ହେବ। ମାତ୍ର ସହରର ଶତପ୍ରତିଶତ ସଂଯୋଗ ଲାଗି ପାଖାପାଖି ଏକମାସ ସମୟ ଲାଗି ବୋଲି ସଂଜୟ ସିଂ କହିଛନ୍ତି।

ସେପଟେ କଟକରେ ୮୦ ପ୍ରତିଶତ ଅଞ୍ଚଳକୁ ପାନୀୟଜଳର ଯୋଗାଇ ଦିଆଯାଇଛି ଓ ଆଜି ସଂଧ୍ୟାସୁଦ୍ଧା ଶତପ୍ରତିଶତ ଲୋକଙ୍କୁ ପାନୀୟଜଳ ଯୋଗାଇଦିଆଯିବ।

ରାଜଧାନୀରେ ବିଦ୍ୟୁତ ସଂଯୋଗ ଲାଗି ୫୦୦୦ ଗ୍ୟାଙ୍ଗମ୍ୟାନ ନିୟୋଜିତ ଅଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଆହୁରି ଅଧିକ ୩୦୦ ଟିମ୍ ଅଣାଯିବ ବୋଲି ସୂଚନା ଦେଇଛନ୍ତି ସଂଜୟ ସିଂ। ପ୍ରତ୍ୟେକ ଟିମରେ ୧୦ ଜଣ ଓ ମୋଟ ୫୦୦ ଜଣ ବରିଷ୍ଠ କର୍ମଚାରୀ ତଦାରଖ କରୁଛନ୍ତି।

ଯଦି ଫନି ପ୍ରଭାବିତ ଅଞ୍ଚଳରେ କୌଣସି ବିଜୁଳି ଉପଭୋକ୍ତା ବିଦ୍ୟୁତ୍ ସାମଗ୍ରୀରେ ଅସୁବିଧାର ସମ୍ମୁଖୀନ ହେଲେ ସେମାନଙ୍କ ସମସ୍ୟାର ସମାଧାନ କରିବେ ଆଇଟିଆଇ ଛାତ୍ରଛାତ୍ରୀ ମାନେ।

ଫାଇଲିନ ସମୟରେ ବିଦ୍ୟୁତ୍ ସମସ୍ୟାର ସମାଧାନ ୩୫ ଦିନ ମଧ୍ୟରେ ହୋଇଥିବାବେଳେ ଏବେକା ପରିସ୍ଥିତିକୁ ଖୁବଶୀଘ୍ର ସମାଧାନ କରିବ ସଚିବ ସଂଜୟ ସିଂ କହିଛନ୍ତି।

ସେପଟେ ଲୋକମାନେ ବ୍ୟାଙ୍କରୁ କ୍ୟାସ୍ ଉଠାଣରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହାର ମଧ୍ୟ ସମାଧାନ ଖୁବଶୀଘ୍ର ହେବ। କାରଣ ଆଜିଠୁ ଆରବିଆଇ ଓ ଏସବିଆଇର ମୁଖ୍ୟ ବ୍ରାଞ୍ଚରେ ବିଦ୍ୟୁତ୍ ସଂଯୋଗ ଦିଆଯିବ।

Comment