ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନିରେ ଘର ଭାଙ୍ଗିଯିବା ପରେ ଖୋଲା ଆକାଶ ପାଲଟିଛି ବସ୍ତି ବାସିନ୍ଦାଙ୍କ ଠିକଣା।

(ଭୁବନେଶ୍ୱରରୁ ସୁଶ୍ରୀସ୍ମିତାଙ୍କ ରିପୋର୍ଟ): ବାତ୍ୟା ଫନି ଯିବାର ୬ ଦିନ ବିତିଲାଣିା ହେଲେ ଏବେ ଯାଏଁ ଲୋକଙ୍କ ଦୁର୍ଦ୍ଦଶା କମିନି। ଘର ଭାଙ୍ଗି ଯାଇଥିବାରୁ ଖୋଲା ଆକାଶ ବସ୍ତିବାସୀଙ୍କ ନୂଆ ଠିକଣା ପାଲଟି ଯାଇଛି। କୋଠାଘରେ ରହୁଥିବା ଲୋକ ବାତ୍ୟାରୁ ବର୍ତ୍ତି ଯାଇଥିବା ବେଳେ ବାତ୍ୟା ପରଠୁ ଖୋଲା ଆକାଶ ତଳେ ବସ୍ତି ଲୋକଙ୍କ ଜୀବନ ବିତୁଛି।

ଦିନରେ ଅସହ୍ୟ ଖରା ଓ ଗୁଳୁଗୁଳି ବସ୍ତିବାସିନ୍ଦାଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।

ଗତ ଶୁକ୍ରବାର ଦିନ ବାତ୍ୟା ‘ଫନି’ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷତି ହୋଇଥିଲା। ପୁରୀ ସମେତ ଭୁବନେଶ୍ୱରକୁ ଛାରଖାର କରିଦେଇଥିଲା ଫନି। ବାତ୍ୟାରେ କାହାର ଛପର ଉଡ଼ି ଯାଇଥିବା ବେଳେ କାହାର ଆଜବେଷ୍ଟସ୍ ଉଡ଼ି ଯାଇଛି। ବାତ୍ୟା ଚାଲିଯିବା ପରେ ଲୋକେ ଖୋଲା ଆକାଶ ତଳେ ରହୁଛନ୍ତି।

କିଏ ଛିଣ୍ଡା ପଲିଥିନକୁ ମୁଣ୍ଡ ଉପରେ ଟାଙ୍ଗିଛି ତ ଆଉ କିଏ ପିନ୍ଧା ଲୁଗାକୁ ଟାଙ୍ଗି ରହୁଛି। ଆଉ କିଏ ଖୋଲା ଆକାଶକୁ ନିଜର କରି ନେଇଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ବିଶେଶ୍ୱର ବସ୍ତିରୋ

‘‘ବାତ୍ୟା ଦିନ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲୁା ସକାଳେ ଆସି ଦେଖିଲାବେଳକୁ ଘର ଉପରେ ଗଛ ପଡ଼ି ଘର ଭାଙ୍ଗି ଯାଇଛିା ଆଉ ତ କିଛି କରି ପାରିବୁନିା ପରିବାର ନେଇ ପାଲ ତଳେ ରହୁଛୁ’’, କହିଛନ୍ତି ବସ୍ତିବାସିନ୍ଦା ସୁକାନ୍ତି ଦିଗଲ।

‘‘ବାତ୍ୟା ଦିନ ଆଶ୍ରୟସ୍ଥଳରେ ରହିଥିଲୁ। ବାତ୍ୟା ଚାଲିଯିବା ପରେ ଘରକୁ ଆସିଲୁ। ଘରକୁ ଆସିଲା ବେଳକୁ ଆଉ କିଛି ନଥିଲା। ଘରକୁ ଭାଙ୍ଗି ଦେଇଥିଲା ବାତ୍ୟା। ଆମ ପାଖରେ ସେତିକି ସମ୍ବଳ ନାହିଁ ଆମେ ଘର ଠିଆ କରିପାରିବୁ। ଏଣୁ ଏବେ ଜରି ତଳେ ଦିନ କଟୁଛି’’, କହିଛନ୍ତି ଯଶୋଦା ନାୟକ।

‘‘ପ୍ରଥମତଃ ଘର ନାହିଁ। ଦ୍ୱିତୀୟରେ ଜରି ତଳେ ରହିବା ସାଙ୍ଗକୁ ଅସହ୍ୟ ଗରମ ଜୀବନକୁ ଅସ୍ତବ୍ୟସ୍ତ କରି ଦେଲାଣିା ସେଥିରେ ରାତିରେ ମଶାଙ୍କ ପାଦୁର୍ଭାବ କହିଲେ ନସରେ। ଧୀରେ ଧୀରେ ପିଲାଙ୍କର ଦେହ ବି ଖରାପ ହେବାକୁ ଲାଗିଲାଣି’’, କହିଛନ୍ତି ବସ୍ତିବାସିନ୍ଦା ବାଲାଜୀ ସାହୁ।

ଭୁବନେଶ୍ୱରରେ ଏବେ ତାପମାତ୍ରା ୩୭ ଡିଗ୍ରୀ ଉପରେ। ଅସହ୍ୟ ତାତିରେ ବି ଏହି ଲୋକଙ୍କର ଜୀବନ ଖୋଲା ଆକାଶ ତଳ ବିତୁଛି। ତେବେ କେବେ ଏମାନଙ୍କ ସ୍ଥିତିରେ ସୁଧାର ଆସିବା ତା’କୁ ହିଁ ଅପେକ୍ଷା।

Comment