ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୯୯ ମସିହା ଅକ୍ଟୋବର ୨୯ତାରିଖ ପ୍ରକୃତି ରଚିଥିଲା ତଣ୍ଡବ। ତାହାର କରାଳ ରୂପରେ ସବୁକିଛି ଛାରଖାର ହୋଇଯାଇଥିଲା। ଏହାର ପ୍ରାୟ ୨୦ ବର୍ଷ ପରେ ଅର୍ଥାତ ୨୦୧୯ ମେ’ ୩ ତାରିଖରେ ପ୍ରକୃତ ପୁଣିଥରେ ତା’ର କରାଳ ରୂପ ଦେଖାଇଛି।

ତେବେ ସଂଯୋଗବଶତଃ ୧୯୯୯ ମସିହା ଅକ୍ଟୋବର ୨୯ଥିଲା ଶୁକ୍ରବାର ଆଉ ୨୦୧୯ ମେ ୩ ତାରିଖ ବି ଶୁକ୍ରବାର।

୯୯ର ମହାବାତ୍ୟା ଯେମିତି ଶ୍ରୀହୀନ କରିଥିଲା ଅନେକ ଜିଲ୍ଲାକୁ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା ଉପକୂଳ ଓଡ଼ିଶା। ସେତେବେଳେ ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୧୦ହଜାର ଥିଲା ଯାହା ବେସରକାରୀ ହିସାବରେ ଢ଼େର ଅଧିକ କୁହାଯାଇଥିଲା।

୧୯୯୯ରୁ ୨୦୧୯ ଭିତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି। ଫାଇଲିନ୍,ହୁଡ଼୍ ହୁଡ୍, ତିତଲି ଭଳି ବହୁ ବାତ୍ୟା ଆସିଥିଲେ ବି ତାହା ଦ୍ୱାରା ଧନଜୀବନ ସେତେଟା ପ୍ରଭାବିତ ହୋଇନଥିଲା।

କିନ୍ତୁ ଫନି ଅନେକ କିଛି କ୍ଷତି କରିଛି, ଲୋକଙ୍କଠୁ ଅନେକ କିଛି ଛଡ଼ାଇନେଇଛି। ମହାବାତ୍ୟା ପରି ଫନିର ତାଣ୍ଡବ ଦ୍ୱାରା ଲୋକଙ୍କର ଅନେକ କିଛି କ୍ଷୟକ୍ଷତି ହୋଇଛି।

ଫନି ଦ୍ୱାରା ବିଶେଷକରି ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ରେଳ ଚଳାଚଳ ପ୍ରଭାବିତ ହୋଇଛି। ପୁରୀରେ ପ୍ରାୟ ସବୁ ହୋଟେଲ ବନ୍ଦ ରହିଛି। ଅନ୍ୟପଟେ ସବୁସ୍ଥାନରେ ବଡ଼ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ପୂରା ରାଜଧାନୀ ଗତ ୪ ଦିନ ହେବ ଅନ୍ଧାରରେ ଅଛି। ଲୋକମାନଙ୍କର ଦୁର୍ଦ୍ଦଶା ଦିନକୁ ଦିନ ବଢୁଛି, ଖରା ଗରମ ସାଙ୍ଗକୁ  ପାଣି ଓ ବିଜୁଳି ନ ମିଳିବା କାରଣରୁ ଜନ ଅସନ୍ତୋଷ ବୃଦ୍ଧି  ପାଉଛି।

କ୍ଷୟକ୍ଷତି ଏତେ ବ୍ୟାପକ ଯେ କେବେ ପରିସ୍ଥିତି ଠିକ୍ ତାହା କହିବା ବାସ୍ତବରେ ମୁସ୍କିଲ।

Comment