ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ମେ’ ୧୨ ଅର୍ଥାତ ଆସନ୍ତାକାଲି ଅନୁଷ୍ଠିତ ହେବା ଏହି ପର୍ଯ୍ୟାୟ ମତଦାନ ଲାଗି ଗତକାଲି ସନ୍ଧ୍ୟାରୁ ପ୍ରଚାର ସରିଛିା

ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଲୋକସଭା ଆସନ ଲାଗି ଭୋଟ ଗ୍ରହଣ ହେବା ଉତ୍ତରପ୍ରଦେଶର ୧୪ ଆସନ, ମଧ୍ୟପ୍ରଦେଶର ୮, ହରିୟାଣାର ୧୦, ଦିଲ୍ଲୀର ୭, ଝାଡ଼ଖଣ୍ଡର ୪ ଆସନ ଏବଂ ପଶ୍ଚିମବଙ୍ଗର ୭ଟି ଆସନ ପାଇଁ ଭୋଟଗ୍ରହଣ ହେବା

ଏହା ବ୍ୟତୀତ ପଶ୍ଚିମବଙ୍ଗ ଓ ତ୍ରିପୁରା ଆସନ ପାଇଁ ସାନି ମତଦାନ ହେବା ଏଠାରେ ୧୬୮ଟି ବୁଥରେ ଏପ୍ରିଲ ୧୧ରେ ମତଦାନ ହୋଇଥିଲେ ମଧ୍ୟ ଏହାକୁ ରଦ୍ଦ କରାଯାଇଥିଲା।

ଏହି ପର୍ଯ୍ୟାୟରେ ମୋଟ ୯୭୯ ପ୍ରାର୍ଥୀ ମଇଦାନରେ ଅଛନ୍ତିା ପ୍ରାର୍ଥୀଙ୍କ ମଧ୍ୟରେ ସର୍ବାଧିକ ୭୬୯ ସ୍ୱାଧୀନ ପ୍ରାର୍ଥୀ ଥିବା ଜଣାପଡ଼ିଛିା

ଏହି ପର୍ଯ୍ୟାୟରେ ମୋଟ ୧୦.୧୬ କୋଟି ଭୋଟର ରହିଛନ୍ତିା ଏହି ପର୍ଯ୍ୟାୟରେ ମନୋଜ ତିଓ୍ୱାରୀ, ଶୀଲା ଦୀକ୍ଷିତ,ଗୌତମ ଗମ୍ଭୀରଙ୍କ ଭଳି କେତେ ଜଣ ହାଇପ୍ରୋଫାଇଲ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବା

Comment