ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନର ଏକଜିଟ୍‌ ପୋଲ୍‌ ଉପରେ ଏକ ମିମ୍‌ ବଲିଉଡ ଅଭିନେତା ବିବେକ ଓବେରୟଙ୍କୁ ଅଡ଼ୁଆରେ ପକାଇଛି। ଚଳିତ ନିର୍ବାଚନର ଫଳାଫଳ ଏବଂ ଏକଜିଟ୍‌ ପୋଲ୍‌କୁ ନେଇ ଏକ ତୁଳନାତ୍ମକ ମିମ୍‌ ପାଇଁ ସମାଲୋଚନାର ଶିକାର ହୋଇଛନ୍ତି ବିବେକ ଓବେରଏ।

ବିବେକ ସେୟାର କରିଥିବା ଉକ୍ତ ମିମ୍‌ରେ ତିନୋଟି ଫଟୋ ରହିଛି। ଗୋଟଏରେ ସଲମାନ୍‌ ଖାନ୍‌ ଓ ଐଶର୍ଯ୍ୟା ଥିବାବେଳେ ଅନ୍ୟ ଏକ ଫଟୋରେ ନିଜେ ବିବେକ୍‌ ଓ ଐଶର୍ଯ୍ୟା ରହିଛନ୍ତି। ସେହିପରି ଆଉ ଗୋଟିଏ ଫଟୋରେ ଅଭିଷେକ ବଚ୍ଚନ, ଐଶର୍ଯ୍ୟା ରାୟ ଓ ତାଙ୍କ ଝିଅ ଅରାଧ୍ୟାଙ୍କ ଫଟୋ ରହିଛି।

ତେବେ ନିଜର ସହିତ ଅନ୍ୟ ଚାରିଜଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଜା ଉଡ଼ାଇଥିବାରୁ ବିବେକଙ୍କୁ ଟ୍ରୋଲର ଶୀକାର ହେବାକୁ ପଡ଼ିଛି। ଏମିତିକି ବର୍ତ୍ତମାନ ମହାରାଷ୍ଟ୍ର ଏନ୍‌ସିପି ବିବେକ ଓବେରୟଙ୍କ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଆରେଷ୍ଟ କରିବା ପାଇଁ ଦାବୀ କରିଛନ୍ତି।

ଅନ୍ୟପକ୍ଷରେ ବିବେକ୍‌ଙ୍କ ଏହି ପୋଷ୍ଟ୍‌କୁ ବଲିଉଡର ଅନେକ କଳାକାର ସମାଲୋଚନା କରିଛନ୍ତି। ଅଭିନେତ୍ରୀ ସୋନମ କପୁର ବିବେକଙ୍କ ଏହି ପୋଷ୍ଟକୁ “ଡିସ୍‌ଗଷ୍ଟିଂ ଏଣ୍ଡ୍‌ କ୍ଲାସ୍‌ଲେସ୍‌” କହିଛନ୍ତି।

Comment