ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ କାରବାର ମାମଲାରେ ବିବେକ ଓବରୟଙ୍କ ପତ୍ନୀ ପ୍ରିୟଙ୍କା ଓବରୟଙ୍କୁ ବେଙ୍ଗାଳୁରୁ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ନୋଟିସ୍ ଜାରି କରିଛି।

ସାଣ୍ଡାଲଉଡ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ବିବେକ ଓବରୟଙ୍କ ପତ୍ନୀ ପ୍ରିୟଙ୍କା ଓବରୟଙ୍କୁ ନୋଟିସ୍ ଜାରି କରିଛି ବେଙ୍ଗାଳୁରୁ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ। ପ୍ରିୟଙ୍କାଙ୍କ ଭାଇ ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲାଓ୍ଵାଙ୍କ ପୁଅ ଆଦିତ୍ୟ ଆଲାଓ୍ଵା ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ତେବେ ଆଦିତ୍ୟ ବର୍ତ୍ତମାନ ଫେରାର ଅଛନ୍ତି। ଡ୍ରଗ୍ସ ମାମଲାରେ ଆଦିତ୍ୟଙ୍କ ସହ ସମ୍ପୃକ୍ତିକୁ ନେଇ ଭଉଣୀ ପ୍ରିୟଙ୍କାଙ୍କୁ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଛି।

ସାଣ୍ଡାଲଉଡ ଡ୍ରଗ୍ସ ମାମଲାରେ ବଡ଼ ବଡ଼ ନାଁ ସାମ୍ନାକୁ ଆସୁଛି। ପୂର୍ବରୁ ଏହି ମାମଲାରେ କନ୍ନଡ଼ ଅଭିନେତ୍ରୀ ରାଗିଣୀ ଦ୍ଵିବେଦୀ ଓ ସଞ୍ଜନା ଗଲରାନୀ ଗିରଫ ହୋଇସାରିଛନ୍ତି। ସେହିପରି କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଗାୟକ ଓ କଳାକାର ଡ୍ରଗ୍ସ କାରବାର ସହ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।ଅନ୍ୟପଟେ ଆଦିତ୍ୟ ଅଲାଓ୍ଵାଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାରେ ଗତକାଲି ବିବେକ ଓବରୟଙ୍କ ଜୁହୁସ୍ଥିତ ବାସଭବନ ଉପରେ ବେଙ୍ଗାଳୁରୁ ପୋଲିସ ଚଢ଼ାଉ କରିଥିଲା। ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ବିବେକଙ୍କ ଘରେ ପୋଲିସ ତନାଘନା କରିଥିଲା।ଫେରାର ଥିବା ଆଦିତ୍ୟ, ଭିଣୋଇ ବିବେକଙ୍କ ଘରେ ଲୁଚିଥିବା ନେଇ ବେଙ୍ଗାଲୁରୁ ପୋଲିସକୁ ଖବର ମିଳିବା ପରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି।

Comment