ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବାଲାକୋଟ ଏୟାର ଷ୍ଟ୍ରାଇକକୁ ନେଇ ନିର୍ମାଣ ହେବ ଫିଲ୍ମ ‘ବାଲାକୋଟ-ଦ ଟ୍ରୁ ଷ୍ଟୋରୀ’। ଭାରତୀୟ ବାୟୁସେନାର ବିରତ୍ୱ ଓ ରଣ କୌଶଳକୁ ସଲାମ କରିବା ପାଇଁ ଏହି ଫିଲ୍ମଟି ନିର୍ମାଣ ହେବ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ନେଇ ନିର୍ମାଣ ହେବ ଫିଲ୍ମ, ଅଭିନନ୍ଦନଙ୍କ ବୀରତ୍ୱ ଦେଖିବେ ଦର୍ଶକ

ଦର୍ଶକ ପୁଲୱାମା ଆକ୍ରମଣଠାରୁ ଆରମ୍ଭ କରି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ବୀରତ୍ୱ ବିଷୟରେ ଜାଣିବାକୁ ପାଇବେ ଏହି ଫିଲ୍ମରେ ଜରିଆରେ।

ତିନୋଟି ଭାଷାରେ ମୁକ୍ତିଲାଭ କରିବ ଏହି ଫିଲ୍ମ। ହିନ୍ଦୀ ଭାଷା ସହ ଉଭୟ ତେଲୁଗୁ ଓ ତାମିଲ ଭାଷାରେ ଏହା ଦର୍ଶକଙ୍କୁ ଭେଟି ଦେବ। ଏହି ଫିଲ୍ମର ସୁଟିଙ୍ଗ୍ ଚଳିତ ବର୍ଷ ଶେଷ ଆଡ଼କୁ ଆରମ୍ଭ ହେବ। ଦେଶର ଭିନ୍ନ ଭିନ୍ନ ସହର ଯେମିତି ଜମ୍ମୁ-କଶ୍ମୀର, ଦିଲ୍ଲୀ ଏବଂ ଆଗ୍ରାରେ ଏହି ଫିଲ୍ମର ସୁଟିଙ୍ଗ୍ କରାଯିବ।

ଫିଲ୍ମ ବିଷୟରେ ଏହାର ନିର୍ମାତା ବିବେକ ଓବରାଏ କହିଥିଲେ, “ଭାରତ ଭଳି ଦେଶର ନାଗରିକ ଓ ଜଣେ ଦେଶଭକ୍ତ ହୋଇଥିବାରୁ ଦେଶର ସଶସ୍ତ୍ର ସେନାର ବୀରତ୍ୱକୁ ସାରା ଦୁନିଆଁରେ ପହଞ୍ଚାଇବା ମୋର କର୍ତ୍ତବ୍ୟ। ମୁଁ ଭାରତୀୟ ବାୟୁସେନାକୁ ଧନ୍ୟବାଦ ଦେବି ସେ ଏହି କାହାଣୀ ସହ ଆମ ଉପରେ ଭରସା କରିଛନ୍ତି।”

ପୂର୍ବରୁ ମଧ୍ୟ ସେନାଙ୍କ ଉପରେ ଆଧାରିତ ବହୁ ବଲିଉଡ଼ ଫିଲ୍ମକୁ ଦର୍ଶକ ପସନ୍ଦ କରିଛନ୍ତି। ଗତବର୍ଷ ମୁକ୍ତିଲାଭ କରିଥିବା ବଲିଉଡ଼ ଫିଲ୍ମ ‘ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ୍’କୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ନରେନ୍ଦ୍ର ମୋଦୀ’ରେ ଚତ୍ମକାର ଅଭିନୟ ବିବେକ ଓବରାୟଙ୍କୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରିଥିଲେ।

Comment