ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜୀବ ଗାନ୍ଧିଙ୍କ ୨୮ତମ ପୁଣ୍ୟତିଥି ଅବସରରେ ‘ବୀରଭୂମି’ରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପତ୍ନୀ ସୋନିଆ,ପୁଅ ରାହୁଲ, ଝିଅ ପ୍ରିୟଙ୍କା।

ଠିକ ୨୮ ବର୍ଷ ପୂର୍ବେ ଆଜିର ଦିନରେ ଏକ ଦୁଃଖଦ ଘଟଣା ଘଟିଥିଲା। ୧୯୯୧ ମସିହା ମେ’୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ସବୁଦିନ ପାଇଁ ହରାଇଥିଲା ଦେଶ। ଆଜି ସେହି ମହାନ ପୁରୁଷଙ୍କର ୨୮ତମ ପୁଣ୍ୟତିଥି।

ଆଜିର ଦିନରେ ତାମିଲନାଡୁରେ ପ୍ରଚାର ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏହି ବିସ୍ଫୋରଣରେ ରାଜୀବ ଗାନ୍ଧି ପ୍ରାଣ ହରାଇଥିଲେ।

ଆଜି ତାଙ୍କର ପୁଣ୍ୟତିଥି ଅବସରରେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦିଲ୍ଲୀ ରାଜଘାଟସ୍ଥିତ ତାଙ୍କ ସମାଧିସ୍ଥଳ ‘ବୀରଭୂମି’ରେ ପତ୍ନୀ ସୋନିଆ ଗାନ୍ଧି, ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କାଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Comment