ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ୧୭ତମ ଲୋକସଭା ନିର୍ବାଚନ ଲାଗି ଫଳାଫଳ ଘୋଷଣା ହେବ। ଏକଜିଟ୍ ପୋଲର ଆକଳନ ଅନୁସାରେ ଏଥର ଏନଡିଏ ଆଗରେ ରହିବ। ନିର୍ବାଚନର ଫଳାଫଳତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସିବ ଅର୍ଥାତ ତାପରେ ହିଁ ଚିତ୍ର ସ୍ପଷ୍ଟ ହେବ। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି ନିର୍ବାଚନ ଫଳାଫଳ ଆସିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରାଜନୈତିକ କ୍ୟାରିୟର ଉପରେ କ’ଣ ପ୍ରଭାବ ପକାଇବ। ଅର୍ଥାତ ଏହାପରେ ରାହୁଲ ଓ ମୋଦିଙ୍କ ରାଜନୈତିକ ଭବିଷ୍ୟତ କେଉଁ ଆଡ଼କୁ ଯିବ।

ମୋଦି-ରାହୁଲଙ୍କ ଲାଗି କାହିଁକି ଗୁରୁତ୍ୱପୂର୍ଣ୍ଣ ଆଜିର ଫଳାଫଳ?

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିତିଲେ ରାଷ୍ଟ୍ରବାଦର ଫର୍ମୁଲା ହିଟ୍ ହେବ
  • ମୋଦି ଜିତିଲେ ଅନେକ ଅଧୁରା ଯୋଜନା ପୂରା ହେବ।
  • ମୋଦି ଜିତିଲେ ବ୍ରାଣ୍ଡ ମୋଦି ଦେଶ ଦୂନିଆରେ ଆହୁରି ମଜବୁତ ହେବ
  • ମୋଦି ଜିତିଲେ ମୋଦି ଲହର କାମ କରିଛି ବୋଲି କୁହାଯିବ
  • ମାତ୍ର ମୋଦି ହାରିଲେ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିବ, ଏହାସହିତ ଦଳ ଭିତରେ ବିରୋଧାଭାସ ଦେଖାଦେବ

ରାହୁଲ ଗାନ୍ଧିଙ୍କ ଲାଗି ନିର୍ବାଚନ କାହିଁକି ଗୁରୁତ୍ୱପୂର୍ଣ୍ଣ

  •  ଯଦି କଂଗ୍ରେସ ଜିତୁଛି ତେବେ ଅଧ୍ୟକ୍ଷ ହେବା ପରେ ଏହା ରାହୁଲ ଗାନ୍ଧିଙ୍କ ଲାଗି ସବୁଠୁ ବଡ଼ ସଫଳତା ହେବ
  • ରାହୁଲ ଜିତିଲେ ବ୍ରାଣ୍ଡ ରାହୁଲ କଥା ଉଠିବ।
  • ଯଦି ରାହୁଲ ଗାନ୍ଧି ହାରନ୍ତି ତେବେ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିବ।
  • ରାହୁଲ ହାରିଲେ ରାଫେଲ, ବେରୋଜଗାରୀ, ଚାଷୀ ପ୍ରସଙ୍ଗ ଫେଲ ହୋଇଯିବ।
  • ପ୍ରିୟଙ୍କା ଗାନ୍ଧିଙ୍କ ରାଜନୀତି ହାର-ଜିତର ଚଷମାରେ ଦେଖଯିବ।

Comment