ଓଡ଼ିଶାଲାଇଭ ବ୍ୟୁରୋ

ସାରା ରାଜ୍ୟର ସାରା ରାଜ୍ୟର ଗ୍ରୀଷ୍ମ ଲହରୀ। ସକାଳଠୁ ସଂଧ୍ୟା ପର୍ଯ୍ୟନ୍ତ ଗରମରୁ ତ୍ରାହି ନାହିଁ। ଘରୁ ବାହାରକୁ ବାହାରି ହେଉନି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଗତ କିଛିଦିନ ହେବ ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ଗରମଠୁ ଅଧିକ ହେଉଛି ଗୁଳୁଗୁଳି, ଅଳ୍ପସମୟ ପାଇଁ ବି ବାହାରକୁ ବାହାରିଲେ ଝାଳରେ ଦେହ ଭିଜି ଜାଉଛି। ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ଅସରାଏ ବର୍ଷାକୁ। ଏଭଳି ଗରମ ୨୯ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ଥିଲେ ମଧ୍ୟ ଗରମ କମିବାର ସେମିତି କୌଣସି ସୂଚନା ନାହିଁ।

ରବିବାର ୮ ସହରର ପାରଦ ୪୨ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ସବୁଠୁ ଅଧିକ ତତଲାଗଡ଼ ଥିଲା ଟିଟିଲାଗଡ ସହର। ସେଠାରେ ତାପମାତ୍ରା ୪୬ଡିଗ୍ରୀ ରେକର୍ଡ କରାଯାଇଛି।

Comment