ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ମୋଦିଙ୍କ ସହିତ ୫୦ ଜଣ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ଏହା ପୂର୍ବରୁ ଅନେକ ନେତାଙ୍କ ପାଖକୁ ପିଏମଓ ଅଫିସରୁ ଫୋନ କଲ ଯାଇଥିବା ସୂଚନା ମିଳିଛି। ତେବେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ପିଏମଓ ଅଫିସରୁ ଫୋନ କଲ ଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଏହାପରେ ସେ ପୁଣିଥରେ ମୋଦିଙ୍କ କ୍ୟାବିନେଟର୍ ସ୍ଥାନ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇସାରିଛନ୍ତି।

Comment