ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଗୁରୁବାର ସକାଳେ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଗତିବିଧି ବଢ଼ିଯାଇଛି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ଅଳଙ୍କୃତ କରିବେ ତାର ସଂକେତ ମିଳିବା ଆରମ୍ଭ ହୋଇଛି। ଯଦିଓ ଔପଚାରିକ ଭାବରେ କିଛି କୁହା ଯାଇନାହିଁ, ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ସାଂସଦଙ୍କ ନିକଟକୁ ଯାଇଥିବା ଫୋନ କଲରୁ ଅନୁମାନ କରାଯାଉଛି ସେ ସମସ୍ତେ ମନ୍ତ୍ରୀ ହେବେ। ଆଜି ସକାଳେ ମୋଦି ଓ ଶାହାଙ୍କ ଭିତରେ ଦୁଇ ଘଣ୍ଟା ଧରି ବୈଠକ ବସିଥିଲା।

ଏଥିରେ ମନ୍ତ୍ରୀମାନଙ୍କ ନାମ ଚୂଡ଼ାନ୍ତ କରାଯାଇଥିଲା। ଖବର ଆସୁଛି ଯେ ଶପଥ ଗ୍ରହଣ ପୂର୍ବରୁ ଅପରାହ୍ନ ଚାରିଟା ତିରିଶିରେ ମୋଦି ନୂଆ ମନ୍ତ୍ରୀ ମାନଙ୍କୁ ଭେଟିବେ। ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କୁ ବିଜେପି ସଭାପତି ଅମିତ ଶାହ ନିଜେ ଫୋନ କରିଥିବା ପ୍ରକାଶ।

ଅନ୍ୟ ଏକ ଖବର ଅନୁସାରେ ପୂର୍ବ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ଅଧିକାଂଶ ପୁଣି ଏଥର ମନ୍ତ୍ରୀ ପଦ ପାଇବେ। ଏଇମାନେ ସମ୍ଭବତଃ ଆଜି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି:

ରାଜନାଥ ସିଂହ
ନିତିନ ଗଡ଼କାରୀ
ରବିଶଙ୍କର ପ୍ରସାଦ
ଧର୍ମେନ୍ଦ୍ର ପ୍ରଧାନ
ସୁଷମା ସ୍ୱରାଜ
ଅର୍ଜୁନରାମ ମେଘବଲ
ନିର୍ମଳା ସୀତାରମଣ
ପ୍ରକାଶ ଜାଭଡେକର
ମୁଖତାର ଅବ୍ବାସ ନକଭୀ
ରାମ ବିଳାସ ପାଶ୍ୱନ
ଜିତେନ୍ଦ୍ର ସିଂହ
ପୀୟୂଷ ଗୋଏଲ
ଆର କେ ସିଂହ
ବାବୁଲ ସୁପ୍ରିଓ
ସ୍ମୃତି ଇରାଣୀ
ସଦାନନ୍ଦ ଗଉଡ଼ା
ସନ୍ତୋଷ ଗଙ୍ଗବାର
କିରଣ ରିଜିଜୁ
ଗିରିରାଜ ସିଂହ
ରାଜ୍ୟବର୍ଦ୍ଧନ ରାଠୋର
ହରସିମରତ କାଉର
ମହେଶ ଶର୍ମା
ନିତ୍ୟାନନ୍ଦ ରାୟ
ଭିକେ ସିଂହ

Comment