ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ନୂଆ ସରକାର ଗଠନ ହେଉ ହେଉ ବିଜେପୁର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷକରି କଚ୍ଚା ଘର ଏବଂ ପାଇପ୍ ଜଳ ଯୋଗାଣ ଉପରେ ଫୋକସ୍ ଦେଇଛନ୍ତି ନବୀନ।

ବିଜେପୁରରେ ଥିବା ୩୪ ହଜାର କଚ୍ଚା ଘର ପକ୍କା କରିବାକୁ ଘୋଷଣା କରିଛନ୍ତି ନବୀନ। ବରଗଡ଼ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାଇପ୍ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ନବୀନ ଘୋଷଣା କରିଛନ୍ତି। ଏହାଦ୍ୱାରା ୫୦୫ଟି ଗାଁର ୮ ଲକ୍ଷ ଲୋକ ଉପକୃତ ହେବେ। ୨ ବର୍ଷ ଭିତରେ ବିଜେପୁରର ପ୍ରତି ଘରକୁ ପାଇପ୍ ଜଳ ଯୋଗାଣ ସମ୍ଭବ ହୋଇପାରିବ।

ଗାଇସିଲଟ ବ୍ଲକରେ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ୪୮ କୋଟି ଟଙ୍କା ବ୍ୟୟବରାଦ କରାଯିବ। ୩ ହଜାର ଏକର ଚାଷଜମି ଜଳସେଚିତ ହେବ।

୯ଟି ନଦୀ ଉଠା ଜଳସେଚନ ପ୍ରକଳ୍ପ ସମେତ ୩ ହଜାର ଡିପ୍ ବୋରୱେଲ କରିବାକୁ ଘୋଷଣା କରିଛନ୍ତି ନବୀନ। ଏହାସହ ବିଜେପୁର ଓ ବରପାଲି ସହର ପାଇଁ ୪୦ କୋଟି ଲେଖାଏଁ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର।

ପ୍ରତି ୨ ମାସରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ।

ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ଏବଂ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ନିର୍ବାଚନ ବେଳେ ବିଜେପୁର ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ନବୀନ କହିଥିଲେ।

Comment