ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ପରେ ମେ’୩୧ କିଛି ମନ୍ତ୍ରୀ ତାଙ୍କ ଦାୟିତ୍ୱ ତୁଲାଇଛନ୍ତିା ଏହାପରେ ଜୁନ୍୧ରେ ଅର୍ଥାତ ଆଜି ବରିଷ୍ଠ ନେତା ଅମିତ ଶାହ ଓ ରାଜନାଥ ସିଂହ ନିଜ ଦାୟିତ୍ୱ ତୁଲଇଛନ୍ତିା  ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଶାହ ଗୃହମନ୍ତ୍ରୀ ଭାବେ ବିଦ୍ଧିବଧ ଭାବେ ନିଜ ଦାୟିତ୍ୱ ସମ୍ଭାଳିଛନ୍ତିା

ସେପଟେ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ଭାର ସମ୍ଭାଳିଛନ୍ତି ବରିଷ୍ଠ ନେତା ରାଜନାଥ ସିଂହ। ପ୍ରତିରକ୍ଷା ବିଭାଗର ଦାୟିତ୍ୱ ସମ୍ଭାଳିବା ପୂର୍ବରୁ ରାଜନାଥ ସିଂହ ନ୍ୟାସନାଲ ଓ୍ୱାର ମେମୋରିଆଲ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତିା ତା’ ପରେ ପ୍ରତିରକ୍ଷା ମନ୍ତ୍ରାଳୟରେ ପହଞ୍ଚିଥିଲେ ରାଜନାଥ ସିଂହା ପ୍ରତିରକ୍ଷା ମନ୍ତ୍ରାଳୟରେ ଅଧିକାରୀମାନେ ରାଜନାଥ ସିଂହଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତିା ସେଠାରେ ୩ ସେନାର ମୁଖ୍ୟ ଉପସ୍ଥିତ ଥିଲୋ

ମେ’୩୦ରେ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ଭବନରେ ଶପଥ ନେଇଥିଲେ ନରେନ୍ଦ୍ର ମୋଦିା ସେହିଦିନ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଘୋଷଣା ହୋଇଥିଲା। ମେ‘ ୩୧ରେ ମନ୍ତ୍ରୀମାନଙ୍କିୁ ଭିନ୍ନ ଭିନ୍ନ ବିଭାଗ ଦିଆଯାଇଥିଲା। ବିଭାଗ ମିଳିବାରେ ମନ୍ତ୍ରୀମାନେ ନିଜ ନିଜ ବିଭାଗରେ ଯୋଗ ଦେଇ ଦାୟିତ୍ୱ ସମ୍ଭାଳୁଛନ୍ତିା

Comment