ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେଲେ ସୋନିଆ ଗାନ୍ଧି। ସଂସଦର ସେଣ୍ଟ୍ରାଲ ହଲରେ ଆଜି ବସିଥିବା କଂଗ୍ରେସ ସଂସଦୀୟ ଦଳ ବୈଠକ ବସିଥିଲା। ଏହି ବୈଠକରେ ସୋନିଆଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା।

ସଂସଦୀୟ ଦଳ ବୈଠକରେ କଂଗ୍ରେସର ନବ ନିର୍ବାଚିତ ୫୨ ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟ, କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଲମ୍ବା ସମୟ ଧରି ଆଲୋଚନା ପରେ ସୋନିଆଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା।

ଉତ୍ତରପ୍ରଦେଶର ରାୟବରେଲୀ ଲୋକସଭା ଆସନରୁ ସୋନିଆ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଥର କଂଗ୍ରେସ ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଛି। ରାହୁଲ ଗାନ୍ଧି ନିଜେ ଆମେଥି ଲୋକସଭା ଆସନରୁ ପରାଜିତ ହୋଇଛନ୍ତି। କଂଗ୍ରେସ କାହିଁକି ପରାଜିତ ହେଲା ତାର କାରଣ ଖୋଜୁଛି ଦଳ।

Comment