ଓଡ଼ିଶାଲାଇଭ ବ୍ୟୁରୋ

ଗତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟର ସାମ୍ନା କରିଛି। ଏହାପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫାକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗିରହିଛି। ଏହାରି ଭିତରେ କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ଥିଲେ , ଅଛନ୍ତି ଓ ରହିବେ। ଦଳର ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ହୋଇଥିବା ଅନୌପଚାରିକ ଆଲୋଚନା ପରେ ସୁରଜେୱାଲା ଏଭଳି ମନ୍ତବ୍ୟ ଦେଇଛନ୍ତି।

ରଣଦୀପ ସୁରଜେୱାଲା କହିଛନ୍ତି କି, “ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ଥିଲେ, ଅଛନ୍ତି ଓ ରହିବେ। ଆମମାନଙ୍କ ମଧ୍ୟରୁ କାହାକୁ ବି ଏଥିରେ କୌଣସି ସନ୍ଦେହ ନାହିଁ।” ଯେତେବେଳେ ପଚରାଯାଇଥିଲା କି କଣ ଗାନ୍ଧିଙ୍କ ବିକଳ୍ପ ଖୋଜାଯାଉଛି ସେତେବେଳେ ସେ କହିଥିଲେ, “ଏ ପ୍ରଶ୍ନର କିଛି ଉତ୍ତର ନାହିଁ।”

ଅହମ୍ମଦ ପଟେଲ, ପି ଚିଦାମ୍ବରମ, ଗୁଲାମ ନବି ଆଜାଦ, ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, କେସି ବେଣୁ ଗୋପାଳ,ଆନନ୍ଦ ଶର୍ମା ଓ ରଣଦୀପ ସୁରଜେୱାଲାଙ୍କ ପରି ବରିଷ୍ଠ ନେତାଙ୍କୁ ନେଇ ଆଜି ଏକ  ଅନୌପଚାରିକ ଆଲୋଚନା ହୋଇଥିଲା। ଏ ସମସ୍ତ ନେତା ଲୋକସଭା ନିର୍ବାଚନ ଲାଗି ଗଠନ ହୋଇଥିବା ଦଳର କୋର କମିଟିରେ ସାମିଲ ଥିଲେ।

ଏହି ଅନୌପଚାରିକ ଆଲୋଚନାରେ ଆଗକୁ ଆସୁଥିବା ମହାରାଷ୍ଟ୍ର, ହରିୟାଣା,ଝାରଖଣ୍ଡ ଓ ଜମ୍ମୁ କଶ୍ମୀରରେ ହେବାକୁଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତିକୁ ନେଇ ବି ଆଲୋଚନା ହୋଇଛି।

Comment