ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ପୁରୀ। ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ସେଥିପାଇଁ ଆଜିଠାରୁ ଚାଲିଛି ଶ୍ରୀଜିଉଙ୍କ ସେନାପଟା ଲାଗି। ଏହାକୁ ଦୃଷ୍ଟିରେ ରଖି ରବିବାର ଦିନ ୨ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା। ତେଣୁକରି ଏବେଠୁ ଶ୍ରୀଜିଉଙ୍କ ଗୋପନ ନୀତି ଚାଲିଛି। ଆଜି ଦଇତାପତିମାନଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ସେନାପଟି ଲାଗୁ ହେବ।

ଏଥିପାଇଁ ଅପରାହ୍‌ଣ ୨ଟା ଯାଏଁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଦିନ ୨ଟା ପରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହେବ। ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାପରେ ସେମାବାରକୁ ଚତୁର୍ଦ୍ଧା ମୁର୍ତ୍ତିଙ୍କ ସ୍ନାନ ମଣ୍ଡପରେ ଉଭା ହେବ। ୧୦୮ ଗରା ଜଳରେ ସ୍ନାନ କରିବେ ଶ୍ରୀଜିଉ। ସ୍ନାନ ମଣ୍ଡପରେ କୋଟି କୋଟି ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଗଜାନନ ବେଶରେ ଦର୍ଶନ କରିବେ।

Comment