ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଖୋଲିବ ଆଉ ୩ଟି ସାଇବର ଥାନା। ରାଜ୍ୟରେ ବଢ଼ୁଥିବା ସାଇବର କ୍ରାଇମ୍‌କୁ ଦୃଷ୍ଟିରେ ରଖି ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରଠାରେ ନୂଆ ସାଇବର ଥାନ ଖୋଲାଯିବ। ଏନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

“ଓଡ଼ଶାରେ ଦିନକୁ ଦିନ ସାଇବର କ୍ରାଇମ୍‌ ବଢ଼ିବାରେ ଲାଗିଛି। ତେବେ ଏହି ଅନୁସାରେ ରାଜ୍ୟରେ ସାଇବର ଥାନା ନାହିଁ। ଆଗାମୀ ଦିନରେ ଓଡ଼ିଶାରେ ଆଉ ୩ଟି ସାଇବର ଥାନା ପ୍ରତିଷ୍ଠା ହେବା ସହିତ ଅଧିକ ତଦନ୍ତ ଅଧିକାରୀ ନିଯୁକ୍ତି ହେବେ” ଡିଜିପି ରାଜେନ୍ଦ୍ର ଶର୍ମା କହିଛନ୍ତି।

ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହୋଇଛି ୩ ଦିନିଆ ସାଇବର ତଦନ୍ତ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ। ଏହି ଅବସରରେ ଡିଜିପି ଶର୍ମା ରାଜ୍ୟରେ ୩ଟି ସାଇବର ଥାନା ଖୋଲାଯିବ ବୋଲି ଘୋଷଣା କରିଛନ୍ତି।

Comment