ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ବିଶ୍ୱକପ ୨୦୧୯ରୁ ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧାୱନ ବାହାର ହୋଇଛନ୍ତି। ଆହତ କାରଣରୁ ଧାୱନ ବିଶ୍ୱକପରେ ଖେଳିପାରିବେନି ବୋଲି ଘୋଷଣା କରିଛନ୍ତି। ଖବର ପ୍ରକାଶ ପାଇବା ପରେ ଟୁଇଟରରେ ଧାୱନ ଏକ ଇମୋସନାଲ୍‌ ଟୁଇଟ୍‌ କରିଛନ୍ତି।

ଧାୱନ କହିଛନ୍ତି, “ମୁଁ ଆଉ ୨୦୧୯ ବିଶ୍ୱକପ୍‌ରେ ଖେଳି ପାରିବିନି ନାହିଁ। ଏହା ଘୋଷଣା କରିବା ମୋ ପାଇଁ କଷ୍ଟଦାୟକ। ମୁଁ ମୋ ଦେଶ ବିଶ୍ୱକପରେ ଖେଳିବାକୁ ଚାହିୁଁଛି। ହେଲେ ଦୁର୍ଭାଗ୍ୟର କଥା ଠିକ୍‌ ସମୟ ମଧ୍ୟରେ ମୋ ଆଙ୍ଗୁଠି ଭଲ ହୋଇପାରିବ ନାହିଁ।”

ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଖେଳାଳୀମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏସମୟରେ ଟିମ୍‌ ପ୍ରତି ଆପଣମାନଙ୍କ ସମର୍ଥନ ଓ ଭଲ ପାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ଫ୍ୟାନମାନଙ୍କୁ ଟୁଇଟ୍‌ କରି ଭାବବିହ୍ୱଳ କଣ୍ଠରେ କହିଛନ୍ତି ଶିଖର ଧାୱନ।

Comment