ଓଡ଼ିଶାଲାଇଭ୍ ବ୍ୟୁରୋ

 

ଚଳିତବର୍ଷ ଯୋଗ ଦିବସରେ ଦେଶର ଯବାନମାନେ ଜଳରେ, ସ୍ଥଳରେ ଏବଂ ମାଇନସ ଡିଗ୍ରୀରେ ଯୋଗ କରି ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ଆଜି ଯୋଗ ଦିବସ ପାଳୁଥିବାବେଳେ ଭାରତୀୟ ଯବାନ ମଧ୍ୟ ଏହି ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି। ଭାରତୀୟ ଯବାନମାନେ ସିକ୍କିମର ୧୯୦୦୦ ଫୁଟ ବିଶିଷ୍ଟ ଶୃଙ୍ଗରେ ଯୋଗ କରିଥିଲେ। ସେହିପରି ଉତ୍ତର ଲଦାଖରେ ଭାରତ-ତିବ୍ବତ ପୋଲିସ ୧୮୦୦୦ ଫୁଟ ଉପରେ ଯୋଗ କରିଛନ୍ତି।

ହିମାଚଳ ପ୍ରଦେଶରେ ଯବାନମାନେ ୧୪୦୦୦ ମିଟର ଉଚ୍ଚରେ ଯୋଗ କରିଛନ୍ତି। ଏହି ଯବାନମାନେ ମାଇନସ୍ ୨୦ ଡିଗ୍ରି ତାପମାତ୍ରାରେ ଯୋଗ କରିଥିଲେ।

ମାଟି ଏବଂ ଶୃଙ୍ଗକୁ ଛାଡ଼ିଦେଲେ ଯବାନମାନେ ନଦୀରେ ବି ଯୋଗ କରିବାର ଦେଖିବାକୁ ମିଳିଛି।

ଅରୁଣାଞ୍ଚଳ ପ୍ରଦେଶର ଦିଗାରୁ ନଦୀରେ ଯବାନମାନେ ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼ିରହି  ଯୋଗ କରିଥିଲେ।

ସେହିପରି ଆଇଟିବିପିର ଯବାନମାନେ ଘୋଡ଼ା ଏବଂ କୁକୁରମାନଙ୍କ ସହ ଯୋଗ କରିବାର ଦେଖିବାକୁ ମିଳିଛି।

ଚଳିତବର୍ଷ ସାରା ବିଶ୍ୱ ପଞ୍ଚମ ଯୋଗ ଦିବସ ପାଳନ କରୁଛି। ଚଳିତବର୍ଷ ଯୋଗ ଦିବସର ଥୀମ ବା ବିଷୟବସ୍ତୁ ରହିଛି କ୍ଲାଇମେଟ ଆକ୍ସନ।

ଆଜି ପ୍ରଧାନମନ୍ତ୍ରୀ ରାଞ୍ଚିରେ ଯୋଗ କରିଛନ୍ତି। ଦେଶରେ ଏଥର ପାଖାପାଖି ୧୩ କୋଟି ଲୋକ ଯୋଗ ଶିବିରରେ ସାମିଲ ହୋଇ ଥିବାର ସୂଚନା ମିଳିଛି।

Comment