ଓଡ଼ିଶାଲାଇଭ ବ୍ୟୁରୋ

ODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୩ ପ୍ରାର୍ଥୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୩ ରାଜ୍ୟସଭା ପ୍ରାର୍ଥୀ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହି ୩ ପ୍ରାର୍ଥୀ ହେଲେ ବିଜେଡିର ଦୁଇ ନେତା ତଥା ଅମର ପଟ୍ଟନାୟକ, ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ।

ପଟିଆରେ ରେମଣ୍ଡର ନୂଆ ସୋରୁମ୍

କଳାମନ୍ଦିର ଗ୍ରୁପ ଦ୍ଵାରା ପଟିଆ ମେନ ରୋଡରେ ରେମଣ୍ଡର ନୂଆ ସୋରୁମ୍ ଉଦଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର କମିଶନର ସତ୍ୟଜିତ ମହାନ୍ତି ଯୋଗ ଦେଇ ଏହି ସୋରୁମକୁ ଉଦଘାଟନ କରିଥିଲେ।

ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ। ଜୁନିୟର ଇଞ୍ଜିନିୟର ଜୟକାନ୍ତ ଶବରଙ୍କୁ ବିଚ୍ ରାସ୍ତାରେ ଉଠବସ୍ କରାଇବା ଘଟଣାରେ ତାଙ୍କୁ ପାଟଣାଗଡ଼ ପୋଲିସ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରାଯାଇଛି।

ପୁରୀ ବିଧାୟକ ଓ ସେବାୟତଙ୍କୁ ନୋଟିସ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ

ସ୍ନାନ ପୂର୍ଣ୍ଣିମାରେ ବ୍ୟବସ୍ଥାବଳୀର ଉଲ୍ଲଘଂନ ଅଭିଯୋଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ କିଛି ସେବାୟତଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ସ୍ନାନଯାତ୍ରା ଅବସରରେ ବିଧାୟକଙ୍କୁ ନେଇ ସ୍ନାନ ବେଦୀରେ ଦର୍ଶନ କରାଇବା ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ନୋଟିସ ଜାରି କରାଯାଇଛି।

ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ

ଆସନ୍ତାକାଲିଠୁ ଷୋଡ଼ଶ ବିଧାନସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ଥିବା ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ।

Comment