ଓଡ଼ିଶାଲାଇଭ୍ ବ୍ୟୁରୋ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ ବୁଧବାର ଦୁଇଟି ସ୍ଥାନରୁ ଗୋଟିଏ ନାଗୁଣି ସହିତ ୪୪ଟି ନାଗସାପ ଛୁଆ ଉଦ୍ଧାର ହୋଇଛି। ପ୍ରଥମେ ଧାମନଗରସ୍ଥିତ ଗୋଖାଦିଦି ଗ୍ରାମର ଲକ୍ଷ୍ମୀଧର ମଲ୍ଲିକଙ୍କ ଘରେ ନାଗ ସାପ ଛୁଆ ଖେଳୁଥିବା ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ଭଦ୍ରକ ସ୍ନେକ ହେଲ୍ପ ଲାଇନକୁ ଡକାଯିବା ପରେ ସେଠାରୁ ଗୋଟେ ବଡ଼ ନାଗୁଣି ଓ ୩୫ଟି ନାଗସାପ ଛୁଆକୁ ଉଦ୍ଧାର କରାଯାଇଥିଲା। ସାପ ଉଦ୍ଧାର ବେଳେ ଘର କାନ୍ଥ କ୍ଷତିଗ୍ରସ୍ଥ ହୋଇଥିବାରୁ ଲକ୍ଷ୍ମୀଧରଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଏହି ଘଟଣା ପରେ ସେହି ବ୍ଲକର ବାଲିପାଟଣା ଗ୍ରାମରେ କାଶୀନାଥ ସାହୁଙ୍କ ଘରୁ ମଧ୍ୟ ୯ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ତେବେ ସ୍ନକ ହେଲ୍ପଲାଇନ ସେଠାରେ ମଧ୍ୟ ପହଞ୍ଚି ନାଗ ସାପ ଛୁଆକୁ ଉଦ୍ଧାର କରିଛି।

ପ୍ରକାଶ ଯେ ସପ୍ତାହ ପୂର୍ବେ ସେହି ପଞ୍ଚାୟତର ବାବୁ ସାହି ଗ୍ରାମର ଖଗେଶ୍ଵର ମହାକୁଡ଼ଙ୍କ ଘରୁ ୨୬ ନାଗ ସାପ ଉଦ୍ଧାର ହୋଇଥିଲା। ଏତେ ମାତ୍ରାରେ ସାପ ଉଦ୍ଧାରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here