ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଲମାନ ଖାନ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଭିନୀତ ଫିଲ୍ମ କିକ୍ ୨୦୧୪ରେ ରିଲିଜ ହୋଇଥିଲା। ଏଥିରେ ନିର୍ଦ୍ଦେଶନା ଦେଇଥିଲେ ସାଜିଦ ନାଦିଆଓ୍ୱାଲା। ଏହା ବକ୍ସ ଅଫିସରେ ସୁପରହିଟ ମଧ୍ୟ ହୋଇଥିଲା। ଏହି ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ ଆସିବାକୁ ଯାଉଛି।

ଜ୍ୟାକଲିନ ଏନେଇ ସ୍ପଷ୍ଟ କରିଛନ୍ତି। ତେବେ ଏଥର କିନ୍ତୁ କାହାଣୀରେ କିଛି ପରିବର୍ତ୍ତନ ହେଉଥିବା ଜଣାପଡ଼ିଛି। ଏଥିରେ ଜ୍ୟାକଲିନ ପୋଲିସ ଅଫିସର ଭୂମିକାରେ ନଜର ଆସି ପାରନ୍ତି।

ଫିଲ୍ମରେ ଟାଇଗର ଶ୍ରଫ୍, ସଲମାନ ଖାନ୍, ଏଥିରେ ଅଭିନୟ କରିବେ। ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ।

Comment