ଓଡ଼ିଶାଲାଇଭ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ଏବେ ଆଉ ଜଣେ ବରିଷ୍ଠ ନେତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆସାମ ପ୍ରଭାରୀ ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ କଂଗ୍ରେସ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ଆସାମରେ ଦଳର ଖରାପ ପ୍ରଦର୍ଶନ ପାଇଁ ସେ ଇସ୍ତଫା ଦେଇଥିବା କହିଛନ୍ତି।

ଏନେଇ ସେ ଟୁଇଟ କରି ଜଣାଇଛନ୍ତି। ‘‘ଏଥର ନିର୍ବାଚନରେ ପାର୍ଟି ଆସାମରେ ଭଲ ପ୍ରଦର୍ଶନ କରିପାରି ନାହିଁ। ଏଥିପାଇଁ ପ୍ରଭାରୀ ଭାବେ ମୁଁ ଉତ୍ତରଦାୟୀ। ତେଣୁ ଏହି ପଦରୁ ଇସ୍ତଫା ଦେଉଛି।’’, ଲେଖିଛନ୍ତି ହରିଶ ରାଓ୍ୱତ।

ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧି। ଏନେଇ ସେ ଟୁଇଟରେ ଜଣେଇଥିଲେ। କଂଗ୍ରେସ ଶୀଘ୍ର ବୈଠକ ଡାକି ନୂଆ ଅଧ୍ୟକ୍ଷ ବାଛନ୍ତୁ ବୋଲି ସେ କହିଥିଲେ।

Comment