ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ୍‌ ମହରସମରର ୪୩ ତମ ମ୍ୟାଚ୍‌ରେ ଆଜି ପାକିସ୍ତାନକୁ ଭେଟିଛି ବାଂଲାଦେଶ। ଲଣ୍ଡନର ଲଡ୍ସଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଛି ପାକିସ୍ତାନ। ଅନ୍ୟପଟେ ପାକିସ୍ତାନକୁ ଘେରିବା ପାଇଁ ପଡ଼ିଆକୁ ଓହ୍ଲାଇଛି ବାଂଲା ଦଳ।

ଚଳିତ ବିଶ୍ୱକପ୍‌ରେ ସେମିଫାଇନାଲ ରସ୍‌ ପାଇଁ ୪ଟି ଦଳ ଏକ ପ୍ରକାରର ନିର୍ଦ୍ଧାରିତ ହୋଇସାରିଛି। ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲର ରେସ୍‌ରେ ଥିବା ବେଳେ ପାକିସ୍ତାନ ପାଇଁ ଆଉ ଏକ ଅସମ୍ଭବ ସୁଯୋଗ ରହିଛି। ଯଦି ପାକିସ୍ତାନ ଆଜିର ମ୍ୟାଚ୍‌ରେ ବାଂଲାଦେଶକୁ ୩୧୬ ରନ୍‌ ବ୍ୟବଧାନରେ ହରାଇବ ତେବେ ସେମିଫାଇନାଲ ଖେଳିବା ପାଇଁ ପାକିସ୍ତାନ ପାଖରେ ଆଉ ଏକ ସୁଯୋଗ ମିଳିବ, ଯାହାକି ଅସମ୍ଭବ।

Comment