ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବିଶ୍ଵକପରେ ସେମିଫାଇନାଲ ପାଇଁ ୪ଟି ଦଳକୁ ନେଇ ଲାଇନ ଅପ ଚୂଡ଼ାନ୍ତ ହୋଇସାରିଛି। ପ୍ରଥମ ସେମିଫାଇନାଲ ଜୁଲାଇ ୯ତାରିଖରେ ଭାରତ – ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଓ ଦ୍ଵିତୀୟ ସେମିଫାଇନାଲ ଜୁଲାଇ ୧୧ରେ ଅଷ୍ଟ୍ରେଲିଆ – ଇଂଲଣ୍ଡ ମଧ୍ୟରେ ହେବ। ଯେଉଁ ଦୁଇ ଦଳ ବିଜୟୀ ହେବେ ସେମାନେ ଜୁଲାଇ ୧୪ରେ ଫାଇନାଲ ଖେଳିବେ।

ପୂର୍ବରୁ ଅଷ୍ଟ୍ରେଲିଆ ୧୪ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଥିଲା ତା ପଛକୁ ଭାରତ ୧୩ ପଏଣ୍ଟରେ ରହିଥିଲା। ଚର୍ଚ୍ଚା ହେଉଥିଲା ଯେ ଭାରତ ଇଂଲଣ୍ଡ ସହ ସେମିଫାଇନାଲ ଖେଳିବ ହେଲେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ସମସ୍ତ ସମୀକରଣ ବଦଳି ଯାଇଥିଲା। ବର୍ତ୍ତମାନ ଭାରତ ୧୫ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ସ୍ଥାନରେ ରହିଥିଲା ବେଳେ ଅଷ୍ଟ୍ରେଲିଆ ୧୪ ପଏଣ୍ଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛି ସେହିପରି ଇଂଲଣ୍ଡ ୧୨ ଓ ନ୍ୟୁଜିଲାଣ୍ଡ ୧୧ ପଏଣ୍ଟ ସହ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି।

ପ୍ରଥମ ସେମିଫାଇନାଲ ମାଞ୍ଚେଷ୍ଟରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ ହେବ। ଚଳିତ ବିଶ୍ଵକପରେ ଦୁଇ ଦଳଙ୍କ ମଧ୍ୟରେ ଲିଗ୍ ମ୍ୟାଚ ବାତିଲ ହୋଇଥିଲା। ତେଣୁ ସେମିଫାଇନାଲରେ ଏହି ଦୁଇ ଦଳ ପ୍ରଥମ ଥର ମୁହାଁମୁହିଁ ହେବେ। ଭାରତ ଏହି ବିଶ୍ଵକପରେ ବେଶ ଭଲ ପ୍ରଦର୍ଶନ କରିଛି। ହେଲେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନକୁ ନେଇ ଦଳ ଚିନ୍ତାରେ ରହିଛି।

Comment