ଓଡ଼ିଶାଲାଇଭ ବ୍ୟୁରୋ

ଶନିବାର ଭାରତ-ଶ୍ରୀଲଙ୍କା ମ୍ୟାଚ ବେଳେ ଷ୍ଟାଡିୟମ ଆକାଶରେ ଏକ ଅଜଣା ବିମାନରେ ଭାରତ ବିରୋଧି ବ୍ୟାନର ଦେଖିବାକୁ ମିଳିଥିଲା। ଏଥିରେ ‘ଜଷ୍ଟିସ ଫର କାଶ୍ମୀର’ ଲେଖା ହୋଇଥିଲା। ଏହାର ଅଧଘଣ୍ଟା ପରେ ସମାନ ଧରଣର ଆଉ ଏକ ବିମାନ ଦେଖିବାକୁ ମିଲିଥିଲା। ଯୋଉଥିରେ ଲେଖାଥିଲା ‘ଇଣ୍ଡିଆ ଷ୍ଟପ ଜେନିସାଇଡ୍ ଫ୍ରି କାଶ୍ମୀର’।

ଏହି ଘଟଣା ପରେ ବିସିସିଆଇ ପାକିସ୍ତାନ ଟିମକୁ ବ୍ୟାନ କରିବାକୁ ଆଇସିସିକୁ ଦାବି କରିଛି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ”ଆଇସିସିକୁ ଧୋନିଙ୍କ ଗ୍ଲୋବ୍ସର ଅସୁବିଧା ଥିଲା ହେଲେ ଏବେ କ’ଣ ହେଲା? ଯାହାବି ଆଜି ହେଲା ତାକୁ ପୁରା ଦୁନିଆ ଦେଖିଛି। ଆଇସିସି ପାକିସ୍ତାନ ଟିମକୁ ବ୍ୟାନ କରିବା ଆବଶ୍ୟକ।”

ଏହା ପୂର୍ବରୁ ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ସେହିଭଳି ଏକ ଅଜଣା ବିମାନରେ ବ୍ୟାନର ଦେଖାଯାଇଥିଲା। ଯୋଉଥିରେ ଲେଖାଥିଲା ଜଷ୍ଟିସ ଫର୍ ବେଲୁଚିସ୍ତାନ। ମ୍ୟାଚ ବେଳେ ବ୍ୟାନରକୁ ନେଇ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା।

ବିଶ୍ଵକପ ସମୟରେ ଏପରି ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଆଇସିସି ଚିନ୍ତା ପ୍ରକାଶ କରିଛି। ଅଭିଯୋଗ ହେବା ପରେ ଉଭୟ ମାଞ୍ଚେଷ୍ଟର ଓ ୟର୍କଶାୟାର ପୋଲିସ ଆଇସିସିକୁ ନିର୍ଭରଶୀଳ ପ୍ରତିଶୃତି ଦେଇଛନ୍ତି। ଜୁଲାଇ ୯ ଓ ୧୧ରେ ମାଞ୍ଚେଷ୍ଟର ଓ ବର୍ମିଂହାମକୁ ନୋ ପ୍ଲାଇଂ ଜୋନ କରାଯିବ।

Comment