ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ଲେଗ ସ୍ପିନର ରସିଦ୍ ଖାନ୍  ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଟେଷ୍ଟ,ଦିନିକିଆ ଓ ଟ୍ୱେଣ୍ଟି ୨୦ ତିନୋଟି ଯାକ ଫର୍ମାଟରେ ଏବେ ଦଳର ନେତୃତ୍ୱ ନେବେ। ଏନେଇ ଆଫଗାନିସ୍ତାନ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ପୂର୍ବରୁ ରସିଦ୍ ଟ୍ୱେଣ୍ଟି ୨୦ରେ ଦଳର ନେତୃତ୍ୱ ନେଉଥିଲେ ଏବଂ ଗୁଲବଦିନ୍ ନାଇବ୍ ଦିନିକିଆ ଓ ରହମତ୍ ଶାହା ଟେଷ୍ଟରେ ଆଫଗାନିସ୍ତାନ ଦଳର ନେତୃତ୍ୱ ନେଉଥିଲେ।

ଚଳିତ ବିଶ୍ୱକପର ସମସ୍ତ ମ୍ୟାଚରେ ଆଫଗାନିସ୍ତାନ ପରାସ୍ତ ହେବାପରେ ବୋର୍ଡ ରସିଦଙ୍କଙ୍କୁ ତିନୋଟି ଯାକ ଫର୍ମାଟର ଅଧିନାୟକ ଭାବେ ନିଯୁକ୍ତ କରିଛି। ଏଥିସହ ଅସଗର ଆଫଗାନ୍ ଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରିଛି ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ।

Comment