ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ ଲକ୍ଷ୍ମୀପୁର ବୁର୍ଜା ପଞ୍ଚାୟତର କୁତୁକାଝଲା ଗ୍ରାମର ଜଣେ ମହିଳା ରୋଗୀଙ୍କୁ ୩ କିଲୋମିଟର ଭାରରେ ବୋହି ଆଣିଥିବା ସୂଚନା ମିଳିଛି।

ଉକ୍ତ ଗ୍ରାମର ଦେବ ମିଣିଆକାଙ୍କ ସ୍ତ୍ରୀ ସମି ମିଣିଆକାଙ୍କର ଦୁଇମାସ ତଳେ କୋରାପୁଟ ମେଡିକାଲରେ ସିଜରିଂ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ଗୁରୁବାର ଦିନ ସିଜରିଂ ହୋଇଥିବା ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥିଲା।

ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କିଛି ଗାଡ଼ି ମୋଟର ଯିବା ସମ୍ଭବ ନଥିଲା। ଏପରିକି ଗାଁରେ ମୋବାଇଲ ନେଟଓ୍ୱର୍କ ମଧ୍ୟ ନାହିଁ। ଏଥିପାଇଁ ମହିଳା ଜଣଙ୍କୁ ସ୍ୱାମୀଙ୍କ ସମେତ ଗାଁର କିଛି ଲୋକ ପ୍ରାୟ ୩କିଲୋମିଟ ଦୂର ଏକ ଭାରରେ ବୋହି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ତାଙ୍କୁ ଭାରରେ ନାଳଚୁଆ ନିକଟସ୍ଥ ଲକ୍ଷ୍ମୀପୁର-ନାରାୟଣ ପାଟଣା ମୁଖ୍ୟ ରାସ୍ତାକୁ ଆଣିବା ପରେ ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଟୋରେ ଅଣାଯିବା ପରେ ତାଙ୍କର ଚିକିତ୍ସା କରାଯାଇଥିଲା।

Comment